ରାଜ୍ୟ ଆଖୁ ଗବେଷଣା କେନ୍ଦ୍ରର ସଫଳତା-“କଳିଙ୍ଗ – ୩୮୬”

0

ନୟାଗଡ଼ ଜିଲ୍ଲାର ପାଣି ପୋଇଲା ଠାରେ ଅବସ୍ଥିତ ରାଜ୍ୟ ର ଏକମାତ୍ର ଆଖୁ ଗବେଷଣା କେନ୍ଦ୍ର ଦ୍ବାରା ଏକ ନୂତନ କିସମର ଆଖୁ ବିହନ ‘ କଳିଙ୍ଗ – ୩୮୬’ ଉଦ୍ଭାବନ କରାଯାଇଛି। ଆଖୁ ଗବେଷଣା କେନ୍ଦ୍ରର ମୁଖ୍ୟ ଡ଼ଃ ପ୍ରମୋଦ କୁମାର ନାୟକ ଙ୍କ ତତ୍ତ୍ଵାବଧନରେ ଅଧିକ ଅମଳକ୍ଷମ ତଥା ଅଧିକ ଶର୍କରାଯୁକ୍ତ ଆଖୁ ବିହନ ଉଦ୍ଭାବନ କରାଯାଇଛି। ଏହି ବିହନ ର ରୋଗ ପ୍ରତିରୋଧକ ଶକ୍ତି ପୂର୍ବରୁ ଥିବା ଉନ୍ନତ ଆଖୁ ବିହନ ଠାରୁ ଅଧିକ ରହିଥିବା ବେଳେ ଏହା ର ବନ୍ୟାଜଳ ସହିବାର କ୍ଷମତା ମଧ୍ୟ ଅଧିକ ରହିଛି। ଏହି ବିହନ ୧୦ ମାସ ରେ ଅମଳ ହେବ ଏବଂ ଏଥିରେ ଶର୍କରା ର ପରିମାଣ ଶତକଡ଼ା ୧୭.୨୫ ରହିଥିବା ସୂଚନା ମିଳିଛି।ଏହି ବିହନ ଦ୍ବାରା ଗୋଟିଏ ହେକ୍ଟର ଜମିରେ ପ୍ରାୟ ୧୨୦ ଟନ ର ଆଖୁ ଚାଷ କରାଯାଇପାରିବ। ରାଜ୍ୟ ଆଖୁ ଗବେଷଣା କେନ୍ଦ୍ର ତରଫ ରୁ ମିଳିଥିବା ତଥ୍ୟ ଅନୁସାରେ ଏହି ନୂତନ କିସମର ଆଖୁ ବିହନ ର ନାଲିସଢା ରୋଗ ର ପ୍ରତିରୋଧକ କ୍ଷମତା ଅଧିକ ରହିଛି।

nano urea

ଆଖୁ ଚାଷ କ୍ଷେତ୍ର ରେ ଏହି ସଫଳତା ଆଖୁ ଚାଷୀ ମାନଙ୍କ ପାଇଁ ଅନେକ ଲାଭପ୍ରଦ ହୋଇପାରିବ।

Leave A Reply

Your email address will not be published.

eleven + five =