ସଫଳ କ୍ରୀଡାବିତ୍ ରୁ ସମର୍ଥ କୃଷିଜୀବୀ

କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍ ଇଚ୍ଛାପୁର ଗ୍ରାମର ଅପରାଜିତା ଅପୂର୍ବମଣି ରାଉତ ନାରୀମାନଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଏକ ଅନନ୍ୟ ଉଦାହରଣ। ସେ ଜଣେ ସର୍ବଗୁଣସମ୍ପନ୍ନ ବୋହୂ, ଯିଏକି ବିବାହ ପୂର୍ବରୁ କବାଡି ଖେଳରେ କ୍ରିଦାକୌଶଳ ଦେଖାଉଥିଲେ ଏବଂ ବର୍ତ୍ତମାନ ମାଟି ସହ ଖେଳି ଉତ୍ପାଦନ କରୁଛନ୍ତି ବିଭିନ୍ନ ଫସଲ। କେବଳ ପରିବାର ପାଇଁ ସୁଖ ସମୃଦ୍ଧି ନୁହଁ ବରଂ ଦେଶ ପାଇଁ ଆଣିଛନ୍ତି ଗୌରବ, ସଫଳ କ୍ରୀଡାବିତ୍ ରୁ ସେ ପାଲଟିଛନ୍ତି ଜଣେ ସମର୍ଥ କୃଷିଜୀବୀ।

ଆଜିବି ତାଙ୍କ ଭିତରେ ବଞ୍ଚିରହିଛି ସେଇ ମାଟି ପାଇଁ ଅନେକ ଭଲପାଇବା। କାଲି ମାଟି ସହ ମାଟି ହୋଇ ଦେଶ ପାଇଁ କବାଡି ଖେଳୁଥିଲେ ଆଊ ସଫଳତା ହାସଲ କରୁଥିଲେ ଏବେ ମାଟିରେ ଭାରିଦେଉଛନ୍ତି ସବୁଜିମା ଫସଲ। ସ୍ବାମୀଙ୍କ ସହ ସାମିଲ ହୋଇ ନିଜର ୫ ଏକର ଜମିରେ ବିଭିନ୍ନ ଫସଲ ଯଥା ଧାନ, ବିରି, ମୁଗ, ପନିପରିବା, ମତ୍ସ୍ୟଚାଷ ଏବଂ ଉଦ୍ୟାନ କୃଷି ସହ ପଶୁପାଳନ କରୁଛନ୍ତି। ଏଥିସହ କୁଡୁଡ଼ା ପାଳନ ଏବଂ ଘୁଷୁରୀ ଫାର୍ମ ମଧ୍ୟ କରିଛନ୍ତି। ଅପୂର୍ବମଣି ରାଉତ ଘରର ଘରଣୀ ହୋଇ ମଧ୍ୟ ଚାଷ କାର୍ଯ୍ୟରେ ସଫଳତା ହାସଲ କରି ଜିଲ୍ଲା ଏଵଂ ରାଜ୍ୟରେ ଖ୍ୟାତି ଅର୍ଜନ କରିପାରିଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×