‘କାଳିଆ’ – ଚାଷୀଙ୍କ ଆୟ ବୃଦ୍ଧିର ସାଥୀ

0

କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧିର ସାଥୀ ‘କାଳିଆ’ । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “କାଳିଆ ” ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରି କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ରଖିଛନ୍ତି। ୬୪ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ଭରସା ସାଜିଛି ‘କାଳିଆ’।

nano urea

ଚାଷ କାର୍ଯ୍ୟ ଓ ଜୀବିକା ପାଇଁ ସହାୟତା ସହିତ କାଳିଆ ହିତାଧିକାରୀମାନଙ୍କ ସନ୍ତାନଙ୍କୁ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। କୃଷି ଏବଂ ଆନୁଷଙ୍ଗିକ ବୃତ୍ତି ସମ୍ପ୍ରଦାୟ ସମଗ୍ର ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ସହାୟତା ପ୍ରଦାନ କରିବେ। “କାଳିଆ ” ଯୋଜନାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା।

Leave A Reply

Your email address will not be published.

twenty − twelve =