ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶୁଭପ୍ରିୟା

0

ସଂସାରର ଦାୟିତ୍ଵ ତୁଲାଇବାରେ ସେ ଯେତିକି ସୁଦକ୍ଷ ପରିବାରର କଥା ବୁଝିବାରେ ଯେତିକି ପାରଙ୍ଗମ। ନିଜ ଚେଷ୍ଟାରେ ସବୁଜିମାର ମହକ ବୁଣି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କୃଷି ବିଭାଗ ସହଯୋଗରେ ଯାଜପୁର ଜିଲ୍ଲାର ବଡ଼ସୁଆର ଗାଁର ଶୁଭପ୍ରୀୟା ସାହୁ ଏବେ ଅନ୍ୟ ମହିଳାମାନଙ୍କ ଆଦର୍ଶ। ଏକ ଧାରାରେ ସେ ଜଣେ କୃଷି ଉଦ୍ୟୋଗୀ ଓ ସମାଜସେବୀ। ଘରର କାମ ସରିବା ପରେ ସ୍ବାମୀଙ୍କ ସହ କାନ୍ଧରେ କାନ୍ଧ ମିଳେଇବାକୁ ଆଗେଇ ଆସନ୍ତି ଶୁଭାପ୍ରୀୟା।

nano urea

ମାଟି ସହ ମାଟି ହୋଇ ମା’ଟିଏ ପରି ଗଛର ଯତ୍ନ ନିଅନ୍ତି ଆଊ ସୁନାର ଫସଲ ଫଳାନ୍ତି, ସସକ୍ତ କରନ୍ତି ନିଜ ପରିବାର ସହ ସେଥିରେ ନିୟୋଜିତ ଅନ୍ୟ ଚାରି ପାଞ୍ଚଜଣ କୃଷି ଶ୍ରମିକଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ। ନିଜର ୫ ଏକର ଜମି ସହିତ ଆଊ କିଛି ଜମି ଭାଗରେ ନେଇ କୃଷି କ୍ଷେତ୍ରରେ ସଫଳତା ହାତେଇବାକୁ ଅଣ୍ଟା ଭିଡିଛନ୍ତି ସୁଭପ୍ରୀୟା। ୨ ଏକର ଜମିରେ ପନିପରିବା ଚାଷ କରିବା ସହିତ ବାକି ଜମିରେ ଧାନ, ମୁଗ ଆଊ ବିରି ଆଦି ଚାଷ କରୁଛନ୍ତି। ଯେତେବେଳେ ବି ପରିବାର ଜଞ୍ଜଳରୁ ଫୁରସତ ମିଳେ ତାଙ୍କର ନଈକୂଳିଆ କ୍ଷେତ୍ରକୁ ଚାଲିଆସନ୍ତି ଆଊ ଆତ୍ମଭରା ହୋଇଯାଆନ୍ତି ସବୁଜିମା କିଆରିକୁ ଦେଖି। ଶୁଭପ୍ରୀୟାଙ୍କ ସଂଘର୍ଷକୁ ସାର୍ଥକ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦେଉଛନ୍ତି କୃଷକର ସାଥୀ ମାନ୍ୟବର ନବୀନ ସରକାର।

Leave A Reply

Your email address will not be published.

10 + 18 =