ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୪ ଆୟୋଜିତ

କୃଷି ଯନ୍ତ୍ରପାତିକରଣ ଦ୍ଵାରା ଚାଷୀ ଭାଇଭଉଣୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୪ ଆୟୋଜିତ ହୋଇଯାଇଅଛି। ଏଥିରେ ନୂତନ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହ ସରକାରୀ ରିହାତିରେ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା। ଏହି ମେଳା ମାଧ୍ୟମରେ କୃଷକଙ୍କୁ ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ସୃଷ୍ଟି କରିବା ସହ କୃଷି କାର୍ଯ୍ୟରେ କିଭଳି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ସ୍ୱଳ୍ପ ମୂଲ୍ୟ ଓ ସ୍ୱଳ୍ପ ସମୟରେ ଅଧିକ ଲାଭ ହାସଲ କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଯିବା ସହ ନୂତନ କୃଷି ଯନ୍ତ୍ରପାତି ମଧ୍ୟ ଉପସ୍ଥାପନା କରାଯାଇଥିଲା।

କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ହେଲେ ଉନ୍ନତ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି, ତେଣୁ ଟ୍ରାକ୍ଟର, ରୋଟାମିଟର, କମ୍ବାଇନ ହାରଭେଷ୍ଟର, ଧାନ କଳ, ଅଟା କଳ ଆଦି ବହୁ ଉନ୍ନତମାନର ଯନ୍ତ୍ରପାତିର ଆବଶ୍ୟକତା ରହିଛି। ଚାଷରେ ଜମି ପ୍ରସ୍ତୁତି ଠାରୁ ଆରମ୍ଭକରି ଫସଲ କାଟିବା ପର୍ଯ୍ୟନ୍ତ ବିଭିନ୍ନ ଯନ୍ତ୍ରପାତି ବ୍ୟବହୃତ ହୋଇଥାଏ। ଭାରତ ବର୍ତ୍ତମାନ କୃଷି ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ, କାରଣ କୃଷି ଶ୍ରମିକମାନଙ୍କର ସ୍ଥାନାନ୍ତରଣ ତଥା କୃଷି ଶ୍ରମିକ ମାନଙ୍କର ବର୍ଦ୍ଧିତ ମୂଲ୍ୟ। ତା’ଛଡା ଅଳ୍ପ ଜମିରୁ ଅଧିକ ଉତ୍ପାଦନ ମଧ୍ୟ ଜରୁରୀ ହୋଇପଡିଛି। ଏଥିପାଇଁ ସମୟସୀମା ଜଗିବା ମଧ୍ୟ ଜରୁରୀ ହୋଇ ପଡିଛି। ଅନେକ କୃଷି ଯନ୍ତ୍ରପାତି ଟ୍ରାକ୍ଟର ସହାୟତାରେ ବ୍ୟବହାର କରାଯାଇଥାଏ ତଥାପି ମଧ୍ୟ ଅନେକ ଯନ୍ତ୍ରପାତି ମଣିଷଙ୍କ ଦ୍ଵାରା ମଧ୍ୟ ସଂଚାଳନ କରାଯାଇଥାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×