ରାୟଗଡା ଜିଲ୍ଲାର ସଫଳ ମାଣ୍ଡିଆ ଚାଷୀ ଶୁଆଧାର

0

ପୁଷ୍ଟିଶସ୍ୟ ମିଲେଟ୍ସକୁ ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି। ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ। କିନ୍ତୁ ଏହାର ଏତେ ଲୋକପ୍ରିୟତା ନଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶାର ଚାଷୀ ମାଣ୍ଡିଆ ଚାଷ କରି ସଫଳ ଚାଷୀ ଭାବେ ପରିଚିତ ଲାଭ କରିବା ସହ ଓଡ଼ିଶାକୁ ଗର୍ବିତ କରୁଛନ୍ତି। ପ୍ରଥମେ ଓଡ଼ିଶା ମିଲେଟ୍ ମିଶନ ପରେ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

nano urea

ଓଡ଼ିଶାରେ ପୁଣିଥରେ ଏକ ସଫଳ ମାଣ୍ଡିଆ ଚାଷୀ ଚିହ୍ନଟ କରାଯାଇଛି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ୍ ସ୍ଥିତ ରେଙ୍ଗା ଗ୍ରାମର ଶୁଆଧର ଝଡିଆ ଏକ ସଫଳ ମାଣ୍ଡିଆ ଚାଷୀ ଭାବେ ବିବେଚିତ ହୋଇଛନ୍ତି। ସେ ୨୦୧୯ ମସିହାରୁ ଶ୍ରୀ ଅନ୍ନ ଅଭିଯାନ ତରଫରୁ ତାଲିମ ପାଇ ମାଣ୍ଡିଆ ଚାଷ ଆରମ୍ଭ କରିଥିଲେ। ପଞ୍ଚ ଏକର ଜମିରେ ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରି ଉତ୍ପାଦିତ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ସେ ଲାଭବାନ ମଧ୍ୟ ହୋଇପାରିଛନ୍ତି। ଏହାଦ୍ବାରା ତାଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ସହ ସେ ତାଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରୁଛନ୍ତି। ପାଖା ପଡୋଶୀ ଗ୍ରାମର ଲୋକମାନେ ମଧ୍ୟ ଶୁଆଧରଙ୍କୁ ଦେଖି ମାଣ୍ଡିଆ ଚାଷକୁ ଆପଣେଇଛନ୍ତି। ଯାହାଦ୍ବାରା ସେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

three × 2 =