ରାଜ୍ୟର ମା ଓ ଭଉଣୀମାନଙ୍କୁ ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

ମା’ ଓ ଭଉଣୀମାନଙ୍କ ପାଇଁ ରୋଜଗାରର ମାଧ୍ୟମ ପଲଟିଛି ଷ୍ଟ୍ରବେରୀ ଚାଷ। ଦାରିଙ୍ଗବାଡ଼ି ବ୍ଲକ୍‌ର ଶ୍ରୀନିକେତା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡିମା ଗ୍ରାମର ଆଲୋକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି। ସରକାରଙ୍କ ସହାୟତାରେ ସେମାନଙ୍କ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଏବେ ବାସ୍ତବ ରୂପ ନେଇଛି। ଷ୍ଟ୍ରବେରୀ ଚାଷ ସାଧାରଣତଃ ଥଣ୍ଡା ଜଳବାୟୁରେ ହେଉଥିବା ବେଳେ ମହାରାଷ୍ଟ୍ର ଓ ଜାମ୍ମୁକାଶ୍ମୀରରେ ସର୍ବାଧିକ ପରିମାଣରେ ଏହାର ଉତ୍ପାଦନ ହୋଇଥାଏ। କିନ୍ତୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର, କନ୍ଧମାଳ ଆଦି ଜିଲ୍ଲାରେ ବ୍ୟବସାୟିକ ଷ୍ଟ୍ରବେରୀ ଚାଷ କରାଯାଉଛି।
ଆଗରୁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ବେଶ୍‌‌ ଦି’ପଇସା ଲାଭ କରି ଆସୁଥିଲେ। ଏବେ ଷ୍ଟ୍ରବେରୀ ଚାଷ ବେଶ ଲାଭଦାୟକ ହୋଇଥିବା ବେଳେ ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହି ଚାଷ କରିବାକୁ ଆଗେଇ ଆସିଛନ୍ତି ଦାରିଙ୍ଗବାଡି ଅଞ୍ଚଳର ମହିଳା ଚାଷୀ। ଷ୍ଟ୍ରବେରୀ ବଢିବା ପରେ ସେମାନଙ୍କୁ ସୁସ୍ଥ ରଖିବାକୁ ଅନେକ ସାରାର ପ୍ରୟୋଗ କରାଯାଇଥାଏ। ଆଜି ବି ଲୋକମାନେ ହାତରେ ଷ୍ଟ୍ରବେରୀ ଅମଳ କରିଥାନ୍ତି। ବଡ଼ ଚାଷଜମିରେ ଷ୍ଟ୍ରବେରୀକୁ ପାଣି ଏବଂ ମେସିନ୍ ସହିତ ସଫା କରାଯାଏ ଯାହା ପରେ ଏହାକୁ ଗ୍ରେଡିଙ୍ଗ କରାଯାଇ ବଜାରକୁ ପଠାଯାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×