ମା ଉମାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଷ୍ଟ୍ରବେରି ଚାଷ

 ମା ଉମାଦେବୀ ସ୍ବୟଂ ସହାୟକ ଗୋଷ୍ଠୀର ଅଞ୍ଜନା ଏବଂ ସୁମତି କାନହର ନିଜର ଏକ ଏକର ଜମିରେ ଷ୍ଟ୍ରବେରି ଚାଷ କରି ୧.୨ କ୍ୱିଣ୍ଟାଲ ଅମଳ କରି ଫୁଲବାଣୀ, କନ୍ଧମାଳରେ କୃଷିକୁ ପରିବର୍ତ୍ତନ କରିଛନ୍ତି। ଭୁବନେଶ୍ୱରରେ ସେମାନଙ୍କର ନୂତନ ଉତ୍ପାଦକୁ ବିକ୍ରୟ କରି ସେମାନେ ଏପର୍ଯ୍ୟନ୍ତ ୪୦,୦୦୦ ଟଙ୍କା ରୋଜଗାର କରିପାରିଛନ୍ତି। ଷ୍ଟ୍ରବେରୀ ଚାଷ ପାଇଁ ପରିବେଶ ଓ ପାଣିପାଗ ଅନୁକୂଳ ରହୁଥିବାରୁ ଫୁଲବାଣୀରେ ଏହି ଚାଷରେ ଭଲ ଉତ୍ପାଦନ ଦେଖିବାକୁ ମିଳୁଛି। ଦେଶରେ ଜନଜାତିଙ୍କୁ ପ୍ରଶିକ୍ଷିତ କରି ଏହି ଚାଷ ଆରମ୍ଭ ହେଉଥିବାର ଚାଷୀଙ୍କ ମଧ୍ୟରେ ନୂତନ ଆଶା ଓ ଆଗ୍ରହ ସୃଷ୍ଟି ହେଉଛି।

           ଏହି ଚାଷ ଜରିଆରେ ଜନଜାତିଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ସହିତ ଜିଲ୍ଲାରେ ନୂଆ ପରିଚୟ ସୃଷ୍ଟି ହେଉଥିବାରୁ ବିଭିନ୍ନ ମହଲରେ ବେଶ୍ ଆଦୃତି ଲାଭ କରିପାରିଛି। ବର୍ତ୍ତମାନ ବଜାରରେ ଷ୍ଟ୍ରବେରୀ ଫଳର ବେଶ ଚାହିଦା ରହିଛି। ଆଗରୁ ଏହି ଫଳ ଆମଦାନୀ ହେଉଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ କେତେକ ଚାଷୀ ମଧ୍ୟ ଏହି ଫଳ ଚାଷ କରି ସଫଳ ହୋଇଛନ୍ତି। କୃଷି ବିଜ୍ଞାନୀଙ୍କ ମତରେ ଗୋଟିଏ ଷ୍ଟ୍ରବେରୀ ଗଛ ୫ ବର୍ଷ ଯାଏଁ ଫଳ ଯୋଗାଉଥିବା ବେଳେ ପ୍ରତି ଷ୍ଟ୍ରବେରୀ ଗଛରେ ଅଧକେଜିରୁ ଆରମ୍ଭ କରି ୧ କେଜି ପର୍ଯ୍ୟନ୍ତ ଷ୍ଟ୍ରବେରୀ ଫଳିଥାଏ। ଜୀବନ ଜୀବିକାରେ ଉନ୍ନତି ତଥା ବିକଳ୍ପ କୃଷି ଜରିଆରେ ଚାଷୀଙ୍କୁ ଏହି ଚାଷ ସ୍ୱାବଲମ୍ବୀ କରିପାରିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×