ସଫଳତା ହାସଲ କଲା ଓଡ଼ିଶାର ଷ୍ଟ୍ରବେରି ଚାଷ

ଷ୍ଟ୍ରବେରି ଏକ ଅତ୍ୟନ୍ତ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରି ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରାଯାଇଥାଏ, ଯାହାକି ଓଡ଼ିଶାର ଜଳବାୟୁରେ ଏହାର ଉତ୍ତମ ଚାଷ ଦେଖିବାକୁ ମିଳିନଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରି ଚାଷ କରିବାକୁ ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲେ। ଜିଲ୍ଲାପାଳ ଅଵବ୍ଦାଲ୍ ଏମ ଅଖତାର କୋରାପୁଟ ଜିଲ୍ଲାର କୋଟିଆରେ ଷ୍ଟ୍ରବେରି ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଦିବାସୀ ଅଂଚଳ କୋଟିଆରେ ଷ୍ଟ୍ରବେରି ଚାଷ କରାଗଲେ ସ୍ଥାନୀୟ ଲୋକ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ ବୋଲି ଦୃଷ୍ଟି ଦେଇଥିଲେ। ଓଡିଶା ସରକାର କୋଟିଆର ଆଦିବାସୀ ସଂପ୍ରଦାୟର ଉନ୍ନତି ପାଇଁ ଅନେକ ଉନ୍ନତିମୂଳକ କାମ କରିଆସୁଥିବାବେଳେ ଷ୍ଟ୍ରବେରି ଚାଷ କରି ଅନ୍ୟ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି।

ପାରମ୍ପରିକ ଜଙ୍ଗଲ ଚାଷ କରୁଥିବା ଲୋକଙ୍କୁ ଏଭଳି ଏକ ଅର୍ଥକାରୀ ଫସଲ ଚାଷ ବିଷୟରେ ଆଗ୍ରହ ସୃଷ୍ଟି କରିବା ପ୍ରଶାସନ ପାଇଁ ଅତି କଷ୍ଟକର କାମ ଥିଲା। ଆବଶ୍ୟକ ଜଳବାୟୁ ପରିବେଶ ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦେଖିଲେ ଏହି ଚାଷ ପାଇଁ କୋଟିଆ ଗ୍ରାମପୁଞ୍ଜ ପ୍ରକୃଷ୍ଟ ସ୍ଥାନ ବୋଲି ବିବେଚନା କରାଯାଇଛି। ସେଥିପାଇଁ ଡୋଲିଆମ୍ବ ଗ୍ରାମବାସୀ ଆକୃଷ୍ଟ ହୋଇ, ଏହି ଗ୍ରାମର ତିନୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏହି ଚାଷ କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ମହାରାଷ୍ଟ୍ରର ପୁନେରୁ ଚାରା ଆଣି ଲୋକଙ୍କୁ ଯୋଗାଇ ଦେବା ସହ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା। ସର୍ବଶେଷରେ ଚାଷୀମାନେ ବେଶ୍ ଦିଇ ପଇସା ରୋଜଗାର ମଧ୍ୟ କରିଥିଲେ।

କୋଟିଆର ଷ୍ଟ୍ରବେରି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚାଖିବା ପରେ ଖୁବ୍ ପ୍ରଶଂସା କରିଥିଲେ। କୋଟିଆର ଷ୍ଟ୍ରବେରି ଚାଷର ସଫଳତାକୁ ଦୃଷ୍ଟିରେ ରଖି ପାଖାପାଖି ଅନେକ ଅଞ୍ଚଳରେ ଏହି ଚାଷକୁ ଆରମ୍ଭ କରିବା ପାଇଁ ବିଭାଗ ସ୍ଥିର କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏବଂ ଭୁବନେଶ୍ବରର ବିଭିନ୍ନ ମଲରେ କୋଟିଆର ଷ୍ଟ୍ରବେରିକୁ ଉପଲବ୍ଧ କରି ବ୍ରାଣ୍ଡରେ ବିକ୍ରି କରିବାକୁ ଯୋଜନା କରାଯାଇଛି। ଏଥିସହ ଚାଷୀମାନେ ଉତ୍ତମ ଲାଭଦାୟକ ହୋଇପାରିବେ ବୋଲି ଆଶା କରାଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×