ରାଜ୍ୟର କୃଷକମାନଙ୍କ ଉନ୍ନତି, ସଶକ୍ତିକରଣ ଓ ଆୟ ବୃଦ୍ଧି ଆମ ସରକାରଙ୍କ ପ୍ରାଥମିକତା ଏବଂ ଦୃଢ଼ ସଂକଳ୍ପର ପ୍ରାଥମିକତା। ସରକାରଙ୍କ ସାହାଯ୍ୟ ବଳରେ ଓଡ଼ିଶାର କୃଷକମାନେ ଲେଖୁଛନ୍ତି ସମୃଦ୍ଧ ଓଡିଶାର ନୂତନ କାହାଣୀ, ଯାହାକି ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। କଟକ ଜିଲ୍ଲା ବାଙ୍କୀରୁ ଆସିଛି କୃଷି ସଫଳତାର ଏକ ଅନନ୍ୟ ଉଦାହରଣ। ତିନିଜଣ ଉଦ୍ୟମୀ କୃଷକଙ୍କ ନିଷ୍ଠା ଏବଂ ସରକାରଙ୍କ ବୈଷୟିକ ସହାୟତା ମାଧ୍ୟମରେ ବାଙ୍କୀ ମାଟିରେ ପ୍ରଥମ ଥର ପାଇଁ ସଫଳତାର ସହ ଷ୍ଟ୍ରବେରୀ ଚାଷ କରାଯାଇଛି।
ଏହା କେବଳ ଏକ ଫସଲ ନୁହେଁ, ବରଂ ଓଡ଼ିଶାର ଚାଷୀଙ୍କ ଦକ୍ଷତା ଓ ସରକାରୀ ପ୍ରୋତ୍ସାହନର ଏକ ସୁନ୍ଦର ସମନ୍ୱୟ। ଆମ ସରକାର କୃଷକଙ୍କୁ କେବଳ ‘ଅନ୍ନଦାତା’ ନୁହେଁ, ବରଂ ଆଧୁନିକ ଓଡ଼ିଶାର ବିନ୍ଧାଣୀ ଭାବେ ଗ୍ରହଣ କରେ। ରାଜ୍ୟର କୃଷକମାନଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ସଶକ୍ତ କରିବା ସହ ସେମାନଙ୍କ ଆର୍ଥିକ ଉନ୍ନତି ମାଧ୍ୟମରେ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମେ ସଂକଳ୍ପବଦ୍ଧ। ଓଡ଼ିଶାରେ ଧାନ ଚାଷ ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବା ସମୟରେ ବର୍ତ୍ତମାନ ପନିପରିବା, ଫଳ ଆଦି ଚାଷରେ ଇଚ୍ଛା ପ୍ରକାଶ କରି ଚାଷୀମାନେ ସଫଳ ହୋଇପାରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
