ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

0

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅଭିଜ୍ଞତା ହାସଲ କରିବା ସହ ଆଗାମୀ ଦିନରେ ଏହାର ଉପଯୋଗ ଏବଂ ଉନ୍ନତି ଦିଗରେ ସହାୟକ ହୋପାରିବେ ବୋଲି ଏହାର ଲକ୍ଷ୍ୟ ରହିଛି । ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ମିଲେଟରେ ତିଆରି ସ୍ନାକ୍ସ ମଧ୍ୟ ପରିବେଷଣ କରାଯାଇଥିଲା ଏବଂ ସେମାନେ ଆନନ୍ଦରେ ସ୍ନାକ୍ସ ଗ୍ରହଣ କରିଥିଲେ । ​

Leave A Reply

Your email address will not be published.

20 − 17 =