ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

0

ଭୁବନେଶ୍ୱରରେ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।
ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ପାଳନ ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ, ସମ୍ମିଳନୀର ଉଦ୍ଦେଶ୍ୟ, ଏହାର ପ୍ରସ୍ତୁତି ନକ୍ସା, ବିଭିନ୍ନ ସହଯୋଗୀ ସଂସ୍ଥାର ସହଯୋଗିତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ମାଣ୍ଡିଆ ବା ମିଲେଟ୍‌ ଜାତୀୟ ଖାଦ୍ୟ ଶସ୍ୟର ଘରୋଇ ବ୍ୟବହାର ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍‌ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଅମଳ ପରବର୍ତ୍ତୀ ଏବଂ ପ୍ରାଥମିକ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ, ବଜାରାଭିତ୍ତିକ ଫସଲ ପ୍ରଣାଳୀର ଉତ୍ପାଦକତାରେ ଉନ୍ନତି, ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଇସିଡିଏସ୍‌, ମଧ୍ୟାନ୍ନ ଭୋଜନ, ଛାତ୍ରାବାସ ଇତ୍ୟାଦିରେ ମିଲେଟ୍‌ ଖାଦ୍ୟର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ସହ ବଜାର ଭିତ୍ତିକ ଉତ୍ପାଦର ବଜାର ଓ ରପ୍ତାନିକୁ ସୁଗମ କରିବାକୁ ଏହା ଉତ୍ସାହିତ କରିବ । ମିଲେଟକୁ କ୍ରୀଡା ସହିତ ଯୋଡିବା ଏବଂ ସମସ୍ତ କ୍ରୀଡା ଛାତ୍ରାବାସରେ ମିଲେଟକୁ ସାମିଲ କରିବା, ମିଲେଟ୍‌ ଖାଦ୍ୟ ସଂସ୍କୃତିର ତଥ୍ୟ ରଖିବା ତଥା ଏହାର ପ୍ରଚାର ପ୍ରସାର ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

nano urea

ସେହିଭଳି କୃଷି ଓ ମିଶନଶକ୍ତି ତଥା ମହିଳା ଗୋଷ୍ଠୀୀଙ୍କ ଉତ୍ପାଦକୁ ଉତ୍ତମ ବଜାର ସୁବିଧା ସମ୍ପର୍କରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ, ମିଶନ ଶକ୍ତି ବିଭାଗର କମିଶନର ସୁଜାତା କାର୍ତ୍ତିକେୟନ, କୃଷି ବିଭାଗ ନିଦ୍ଦେଶକ ପ୍ରେମଚନ୍ଦ୍ର ଚୋ÷ଧୁରୀ, ଗୃହ ବିଭାଗ ସଚିବ ଡ଼ ସନ୍ତୋଷ ବାଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

twenty + thirteen =