ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟରେ ମତ୍ସ୍ୟ ଉତ୍ପାଦନର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ରାଜ୍ୟରେ ଋତୁକାଳୀନ ଓ ଆଗୁଆ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମରେ ପ୍ରାୟ ୧୦୯୪ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରାଯାଇପାରୁଛି, ଗୁଣ୍ଡ ଜାଆଁଳରୁ ଉନ୍ନତ ମାନର ଫ୍ରାଏ ଓ ଆଙ୍ଗୁଳିକା ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟ ରେ ମଧ୍ୟ ସେ ଆଲୋକପାତ କରିଛନ୍ତି ।

କର୍ମଶାଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ଅବସରପ୍ରାପ୍ତ କେନ୍ଦ୍ର ସଚିବ ଶ୍ରୀ ଯତୀନ୍ଦ୍ରନାଥ ସ୍ୱାଇଁ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେସ ବଶିଷ୍ଠ , ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାଛ ଜାଆଁଳ ଓ ମାଛ ଉତ୍ପାଦନର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×