ଜୈବିକ ଓ ସମନ୍ୱିତ କୃଷି ଉତ୍ପାଦନ ହାର ବୃଦ୍ଧିର ପ୍ରମୁଖ ମାଧ୍ୟମ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0

ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ଦରଦୀ ପ୍ରାଣରେ ପ୍ରତିଟି ସମୟରେ ଚାଷୀ ହିଁ ସଂକଳ୍ପର ଶୁଭଶଙ୍ଖ ଫୁଙ୍କୁଥାଏ । ତା’ରି ପାଇଁ ଧାନ କ୍ଷେତରେ ପାଚିଲା କେଣ୍ଡା ଫର ଫର ହୋଇ ଉଡ଼ୁଥାଏ ତ ତା’ରି ପାଇଁ ସୋରିଷ କ୍ଷେତ ସୁବର୍ଣ୍ଣର ପଟୁଆରରେ ଝଲସୁଥାଏ । ସେ ସମାଜର ମଙ୍ଗୁଆଳ । ସେ ଚାଷୀ । ଓଡ଼ିଶା ଚାଷୀକୁଳର ରାଜ୍ୟ । ଏଠି ଚାଷୀ ହିଁ ଅର୍ଥନୈତିକ ବିକାଶର ମାନଦଣ୍ଡ । ତେବେ ସମ୍ପ୍ରତି ଚାଷୀ ଓ ଚାଷର କଥାକୁ ଗୁରୁତ୍ୱର ସହ ବିଚାର କରାଯାଇ କିପରି ଚାଷୀଙ୍କୁ ନିଜର ଉପଯ୍‌ୁକ୍ତ ହକ୍‌ ମିଳିପାରିବ , ତାହା ହିଁ ଆଲୋଚନାର ବିଷୟ । ତେବେ ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ମନ୍ତ୍ରୀମଣ୍ଡଳରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ସ୍ଥାନ ପାଇଛନ୍ତି ଆଠଗଡ଼ର ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଲାଟି ଦିନରୁ ଚାଷର କଥା କହିଆସିବା ସହ ଚାଷୀର ବିକାଶ ପାଇଁ ନିରନ୍ତର କାମ କରିଆସୁଛନ୍ତି ଶ୍ରୀଯୁକ୍ତ ସ୍ୱାଇଁ । ତେବେ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ପରବର୍ତ୍ତୀ ଯୋଜନା କ’ଣ ରହିବ, କେଉଁ ପ୍ରସଙ୍ଗକୁ ସେ ଅଧିକ ଗୁରୁତ୍ୱ ଦେବେ ସେ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ପାଦକ ଡ଼ି ଶୁଭମ୍‌ …

nano urea

ପ୍ର: ଆପଣଙ୍କୁ ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଏହା ପରେ ଆପଣଙ୍କ କ’ଣ କ’ଣ ନୂଆ ଯୋଜନା ରହିବ ?
ଉ : ପ୍ରଥମତଃ ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବାରୁ ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ତେବେ ମୁଁ ବହୁ ଆଗରୁ ଚାଷୀ ଭାଇ ମାନଙ୍କ ସହ ଜଡ଼ିତ । କିପରି ସେମାନଙ୍କ ଆୟକୁ ଦ୍ୱିଗୁଣିତ କରାଯାଇପାରିବ, ଚାଷୀ ମାନେ କିପରି ସରକାରଙ୍କ ସବୁ ଯୋଜନାର ଉପଯୁକ୍ତ ଭାଗିଦାରୀ ହେବେ ସେ ବିଷୟୟରେ ଅଧିକ ଧ୍ୟାନ ଦେବି । ଚାଷୀମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ଆଲୋଚନା କରି ପାରୁ ପର୍ଯ୍ୟପ୍ତ ସମାଧାନ କରାଇବାକୁ ଚେଷ୍ଟା କରିବି ।
ପ୍ର: ଓଡ଼ିଶାରେ ଜୈବିକ ତଥା ସମନ୍ୱିତ କୃଷି ଉପରେ ଆପଣଙ୍କ ମତାମତ କଣ ?
ଉ : ନିହାତି ଭାବରେ ଚାଷୀ ମାନେ ବର୍ତ୍ତମାନ ସମୟରେ ଜୈବିକ ଓ ସମନ୍ୱିତ କୃଷି ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ । କାରଣ ରାସାୟନିକ ସାର ଓ ବିଷର ମାତ୍ରା ଯେତେ କମ ହୋଇପାରିବ ତାହା ଭବିଷ୍ୟତ ପାଇଁ ଏକ ଶୁଭସଙ୍କେତ ବୋଲି ଆମେ କହିପାରିବା । ସେହିପରି ଜୈବିକ କୃଷି ମାଧ୍ୟମରେ ଚାଷୀ ମାନେ ବିନା କୀଟନାଶକ ପ୍ରୟୋଗ କରି ସୁସ୍ଥ ପନିପରିବା ପାଇପାରିବେ । ସମନ୍ୱିତ କୃଷି ମାଧ୍ୟମରେ ନିଜ ଉତ୍ପାଦନର ହାରକୁ ବଢ଼ାଇପାରିବେ ।
ପ୍ର: ରାଜ୍ୟରେ କୃଷକ ମାନଙ୍କର ଅନେକ ପ୍ରମୁଖ ସମସ୍ୟା ରହିଛି । ଏହା ଉପରେ କିପରି କାର୍ଯ୍ୟ କରିବେ?
ଉ : ଯାହା ବି ସମସ୍ୟା ମୋ ନଜରରେ ଆସିବ , ସର୍ବପ୍ରଥମେ ମୁଁ ଏହାର ସମାଧାନ କରାଇବାକୁ ଯଥାସମ୍ଭବ ଚେଷ୍ଟା କରିବ । ରାଜ୍ୟର ବିଭିନ୍ନ ମଣ୍ଡି ମାନଙ୍କରେ ଚାଷୀମାନେ କିପରି ଉପଯୁକ୍ତ ଦରରେ ନିଜ ଫସଲକୁ ବିକି ପାରିବେ , ସେ ଦିଗରେ ଅଧିକ ଧ୍ୟାନ ଦେବି । ଏତଦବ୍ୟତୀତ ଚାଷୀମାନେ ଓଡ଼ିଶା ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କିପରି ଲାଭ ପାଇପାରିବେ ହୋଇପାରବେ, ସେ ଦିଗରେ କାର୍ଯ୍ୟ କରିବି ।
ପ୍ର: ଓଡ଼ିଶାର ଚାଷୀକୁଳଙ୍କୁ କ’ଣ ବାର୍ତ୍ତା ଦେବେ ?
ଉ : ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ । ଏହାର ମାଟି ମହନୀୟତାର ଗାଥା ଗାଏ । ଆମ ଚାଷୀଙ୍କୁ କେବଳ ଏତିକି କହିବି ବର୍ତ୍ତମାନ ସମୟରେ କୃଷିର ଆଧୁନିକୀକରଣ ଉପରେ ଧ୍ୟାନ ଦିଅନ୍ତୁ । ଅଳ୍ପ ବିନିଯୋଗରେ କିପରି ଅଧିକ ରୋଜଗାର କରାଯାଇପାରିବ , ସେ ସମ୍ପର୍କରେ ବିଶ୍ଲେଷଣ କରନ୍ତୁ । ଚାଷ କ୍ଷେତରେ ବୈଜ୍ଞାନିକ ଜ୍ଞାନକୁ ଉପଯୋଗ କରି ଉତ୍ପାଦନର ହାର ବଢ଼ାଇବାକୁ ଚେଷ୍ଟା କରନ୍ତୁ । ପୁଣି ଥରେ ନିଶ୍ଚୟ ଆମେ କୃଷି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ।

ପ୍ରସ୍ତୁତି – ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ ବିଭାଗ

Leave A Reply

Your email address will not be published.

two × 3 =