ଜୈବିକ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯାଉ – ଡ଼ଃ ଅରୁଣ କୁମାର ସାହୁ

ସୋଆ ଏଗ୍ରି କନ୍‌ଫ୍ଲ୍ୟୁଏନ୍ସ-୨୦୨୨ ଉଦଘାଟିତ

ଦେଶର ଅର୍ଥନୈତିକ ମୂଳଦୁଆକୁ ସୁଦୃଢ଼ କରିବାରେ କୃଷି ଓ କୃଷକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କୃଷି ହିଁ ଭବିଷ୍ୟତ ପାଇଁ ଏକ ମାଇଲଖୁଣ୍ଟ ସାଜିବ , ଏଥିରେ ସନ୍ଦେହ ନାହିଁ । ତେବେ କୃଷି ଓ କୃଷକର ଭୂମିକାକୁ ଉପଲବ୍ଧି କରି ତଥା ଓଡ଼ିଶାର କୃଷିର ସାମଗ୍ରିକ ଅଭିବୃଦ୍ଧିକୁ ନଜରରେ ରଖି ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ସୋଆ ଏଗ୍ରି କନ୍‌ଫ୍ଲ୍ୟୁଏନ୍ସ-୨୦୨୨ ଉଦଘାଟିତ ହୋଇଯାଇଛି । ମାନ୍ୟବର କୃଷି ,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହି କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।ବର୍ତ୍ତମାନ ସମୟରେ ଶିକ୍ଷିତ ଯୁବକ ମାନେ କୃଷି କ୍ଷେତ୍ରକୁ ଆସିବା ସହ ଜୈବିକ ଚାଷକୁ କିପରି ଅଧିକରୁ ଅଧିକ ଲୋକପ୍ରିୟ କରାଯାଇପାରିବ , ସେ ସମ୍ପର୍କରେ ଡ଼ଃ ସାହୁ ଆଲୋକପାତ କରିଥିଲେ । ସୋଆ ଗବେଷଣା କ୍ଷେତ୍ରରେ ବେଶ ଭଲ ପ୍ରଦର୍ଶନ କରୁଛି ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଅନ୍ୟତମ ଅତିଥି ଭାବେ କୃଷି ବିଭାଗର ନିର୍ଦ୍ଦେଶକ ଡ଼ଃ ମୁଥୁକୁମାର ଉପସ୍ଥିତ ଥିଲେ । ସୋଆ କୁଳପତି ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର କାଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ । ସୋଆର ଛାତ୍ରମଙ୍ଗଳ ଡ଼ିନ୍‌ ପ୍ରଫେସର ଜ୍ୟୋତିରଂଜନ ଦାସ , ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ସାହୁ , ଉପକୁଳପତି ବିଭୂତି ଭୂଷଣ ପ୍ରଧାନ , ଆଡ଼ିସନାଲ ଡ଼ିନ୍‌ ସନ୍ତୋଷ କୁମାର ରାଉତ , ଆଡ଼ିସନାଲ ଡ଼ିନ୍‌(ରିସର୍ଚ୍ଚ) ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରରେ ପାଖାପାଖି ୩୦ଟି ପ୍ରଦର୍ଶନୀ ଷ୍ଟଲ୍‌ ହୋଇଥିବା ବେଳେ ଶତାଧିକ ଚାଷୀ ଓ କୃଷି ଛାତ୍ରଛାତ୍ରୀ, କୃଷି ଗବେଷକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ତିନି ଦିନ ଧରି ଏହି କାଯ୍ୟକ୍ରମ ଆୟୋଜିତ ହେବ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×