ମହିଳା ସଶକ୍ତିକରଣର ଜ୍ୱଳନ୍ତ ଉଦାହରଣ ଶ୍ରୀମତୀ ରାଜକୁମାରୀ ସାହୁ

ଝାରସୁଗୁଡ଼ା ଜିଲ୍ଲାର ମହାନଦୀ କୂଳରେ ଥିବା ପତ୍ରପାଲି ଗ୍ରାମର ଶ୍ରୀମତୀ ରାଜକୁମାରୀ ସାହୁ ହେଉଛନ୍ତି ମହିଳା ସଶକ୍ତିକରଣର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ପଲ୍ଲୀ ହାଉସ ଓ ସିଞ୍ଚା ଜଳସେଚନର ସୁବ୍ୟବସ୍ଥା ସାହାଯ୍ୟରେ, ପରିବାରର ସାହାଯ୍ୟ ସହଯୋଗରେ ରାଜକୁମାରୀ ସାହୁ ନିଜକୁ ରାଜ୍ୟର ଏକ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତ କରିପାରିଛନ୍ତି। ସେ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ଆର୍ଥିକ ସହାୟତାରେ ନିଜର ୨୫ ଡିସିମିଲ ଜମିରେ ଗତ ୨୦୨୪ ମସିହାରୁ ଫୁଲ ଚାଷ କରିଆସୁଛନ୍ତି, ଯାହାକି ନିଜକୁ ସ୍ବାବଲମ୍ବୀ କରିପାରିଛି।

କୃଷି ବିଭାଗ ଓ ଆପିକୋଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ସେ ନିଜର ଏହି ଫୁଲ ଚାଷ ଓ ବ୍ୟବସାୟକୁ ସମୃଦ୍ଧ କରିପାରିଛନ୍ତି। ସେ ଏହି ଯୋଜନା ମାଧ୍ୟମରେ ଫୁଲ ଚାଷକୁ ଆପଣେଇ ବାର୍ଷିକ ୪-୫ ଲକ୍ଷ ଟଙ୍କା ଆୟ କରିବା ସହିତ ପାଲଟିଛନ୍ତି ଜଣେ ସଫଳ କୃଷି ଉଦ୍ୟୋଗୀ। ବିଶେଷକରି ତାଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ କୃଷି ବିଭାଗ ଓ ଆପିକଲକୁ ସବୁଦିନ ଏହି ଭଳି ସାହାଯ୍ୟ କରିବା ପାଇଁ ଆବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଚାଷୀଙ୍କୁ ବିଭିନ୍ନ କ୍ଷେତ୍ର ତଥା ମାଛ ଚାଷ, ପନିପରିବା ଚାଷ, ଫଳ ଚାଷ, ଫୁଲ ଚାଷ ଇତ୍ୟାଦି ଦ୍ଵାରା ଚାଷୀଙ୍କୁ ସଫଳ କୃଷି ଉଦ୍ୟୋଗୀ କରୁଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×