ଗ୍ରାମୀଣ ମହିଳାଙ୍କ ଜୀବିକା ବୃଦ୍ଧି କରିବାର ଏକ ଉଦାହରଣ ଗେଣ୍ଡୁ ଫୁଲ

ମିଶନ ଶକ୍ତି ଓ ଏପିସି ପ୍ରୋଗ୍ରାମ ଦ୍ୱାରା ସମର୍ଥିତ ସୁନ୍ଦରଗଡ଼ର ସୁଭଦ୍ରା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ଚଳିତ ବର୍ଷ କିଲୋ ପିଛା ୧୫୪ ଟଙ୍କା ଦରରେ ୫୦ କିଲୋ ଗେଣ୍ଡୁ ଫୁଲ ବିକ୍ରି କରିଛନ୍ତି। ସଦସ୍ୟାଙ୍କ ଏହି ପ୍ରୟାସ କୃଷିକୁ ନେଇ ଗ୍ରାମୀଣ ମହିଳାଙ୍କ ଜୀବିକା ବୃଦ୍ଧି କରିବାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି। ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଭରପୁର ହେଣ୍ଡୁ ଫୁଲ ସାଧାରଣତଃ ଶୀତଦିନେରେ ଅଧିକ ଚାଷ ହେବାର ଦେଖିବାକୁ ମିଳିଥାଏ। ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଥିବାରୁ ରାଜ୍ୟର କିଛି ଅଞ୍ଚଳରେ ଚାଷୀମାନେ ଗେଣ୍ଡୁଫୁଲ ଚାଷ କରି ଭଲ ରୋଜଗାରକ୍ଷମ ହୋଇପାରୁଛନ୍ତି।

ସୁଭଦ୍ରା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଗେଣ୍ଡୁଫୁଲ ସାହାଯ୍ୟରେ ସ୍ବାବଲମ୍ବୀ ହେବା ସହ ଅନ୍ୟ ଗୋଷ୍ଠୀ ପାଇଁ ସ୍ବାବଲମ୍ବୀ ହେବାର ଏକ ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ଏହି ଚାଷ ଅଧିକ ଅମଳ ଓ ବ୍ୟବସାୟ ଭିତ୍ତିରେ କରିବା ପାଇଁ ସାର ପ୍ରୟୋଗର ଅବଶ୍ୟକତା ରହିଛି। ଏହାର ସୁଷମ ପ୍ରୟୋଗ ଓ ପରିଚାଳନା ଲାଭପ୍ରଦ ହୋଇଥାଏ। ଗେଣ୍ଡୁଫୁଲ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡି ନଥାଏ ଏବଂ ଅଧିକ କଷ୍ଟ କରିବାକୁ ପଡି ନଥାଏ, ତେଣୁ ସମୂହ ପ୍ରୟାସରେ ଚାଷୀମାନେ ଏଥିରୁ ଅଧିକ ଉତ୍ପାଦନ ସହ ଭଲ ରୋଜଗାର ପାଇପାରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×