ରେଶମ କୀଟ ର ଜୀବନ ଚକ୍ର

0

ଆମେ ସାଧାରତଃ ଚାରି ପ୍ରକାର ର ତନ୍ତୁ ଜାତୀୟ ପୋଷାକ ପିନ୍ଧିଥାଉ। ସେଥି ମଧ୍ୟରୁ ରେଶମ ଅନ୍ୟତମ।ରେଶମ ଚାଷ କୁ ଆମେ ସାଧାରତଃ ଟସର ଚାଷ ମଧ୍ୟ କହିଥାଉ। ଏହା ଏକ କୀଟ ର ଲାଳ ରୁ ପ୍ରସ୍ତୁତ ତନ୍ତୁ ଅଟେ ଯାହାକୁ ରେଶମ କୀଟ କୁହା ଯାଇଥାଏ। ଟସର ଚାଷ ଜଂଗଲୀ ଚାଷ ଅଟେ। ଆଦିମ କାଳ ରୁ ଆଦିବାସୀ ମନେ ଜଙ୍ଗଲ ରେ ଏହି ଚାଷ କରିବା ସହ ରେଶମ ବୁଣିଥାନ୍ତି ।

ତେବେ ଏହି ଟସର ଚାଷ ର ମୁଖ୍ୟ ଅଂଶ ହେଉଛନ୍ତି ରେଶମ କୀଟ। ଏହି ଚାଷ ପାଇଁ ତାଙ୍କର ଜୀବନ ଚକ୍ର ଉପରେ ସଠିକ ଧ୍ୟାନ ଦିଆ ଯିବା ନିତାନ୍ତ ଆବଶ୍ୟକ।

ଏହି ପୋକ ର ଜୀବନ କାଳ ପ୍ରାୟ ୩୦ ରୁ ୪୦ ଦିନ ହୋଇଥିବା ବେଳେ ସାଧାରଣତଃ ଏହା ଚାରୋଟି ଅବସ୍ଥା ଦେଇ ଗତି କରିଥାଏ। ପ୍ରଥମେ ଏହାର ଅଣ୍ଡା ହୁଏ, ତାପରେ ଅଣ୍ଡା ଫୁଟି ଲାର୍ଭା ରେ ପରିଣତ ହୁଏ।ଏହି ଅବସ୍ଥା ରେ ଏହି କୀଟ କୁ ରେଶମ କୀଟ କୁହା ଯାଏ। ଲାର୍ଭା ଅବସ୍ଥା ରେ ପୋକ ଗଛ ପତ୍ର ଖାଇ ଦୃତ ଭାବରେ ବଢିଚାଲେ। କିଛି ଦିନ ପରେ ଲାର୍ଭା ପ୍ୟୁପା ରେ ପରିଣତ ହୁଏ। ଏହି ପ୍ୟୁପା ହେବା ପୂର୍ବରୁ ରେଶମ କୀଟ ନିଜ ଚାରିପାଖରେ ମୁଣ୍ଡକୁ ଘୂରାଇ ପୁଷ୍ଟିସାର ତନ୍ତୁ କ୍ଷରଣ କରି 8 ଆକୃତି ର ଏକ ଜାଲ ବୁଣେ। ଏହା ବାୟୁ ର ପ୍ରଭାବ ରେ ରେଶମ ତନ୍ତୁ ରେ ପରିଣତ ହୁଏ ଏବଂ ଏହି କୀଟ ଟି ସେହି କୋଷ ମଧ୍ୟରେ ରହି ବଡ଼ ହୋଇଥାଏ।

ରେଶମ କୀଟ
nano urea

ପ୍ରକୃତ ରେ ଟସର ଚାଷ ଓଡ଼ିଶା ରେ ନୂଆ ନୁହେଁ। ମାତ୍ର ଏଥିପାଇଁ ପ୍ରୋତ୍ସହନ ର ଅଭାବ ରହିଛି ।ଏହି ଚାଷ ର ପରିସୀମା ବୃଦ୍ଧି ହେବା ସହ ଏହାର ଯଥୋଚିତ ଉନ୍ନତି ହୋଇପାରିଲେ ଶିଳ୍ପ କ୍ଷେତ୍ର ରେ ଏହା ଏକ ନୂତନତ୍ବ ଆଣିପାରିବ।

ଟସର ଚାଷ ପାଇଁ ବ୍ୟୟ ମଧ୍ୟ ଅନେକ କମ୍ , ତେଣୁ ଏହି ଚାଷ ଦ୍ଵାରା ଚାଷୀ କୁଳ ମଧ୍ୟ ଅନେକ ମାତ୍ରା ରେ ଲାଭବାନ ହୋଇପାରିବ।

ବିଜ୍ଞାନ ରଂଜନ ସାହୁ, କୃଷି ଛାତ୍ର,

କୃଷି ବିଶ୍ଵ ବିଦ୍ୟାଳୟ , ପାରଳାଖେମୁଣ୍ଡି

Leave A Reply

Your email address will not be published.

13 − 7 =