ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ସ୍ବତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ୨୬ ଟି ଜିଲ୍ଲାର ୨ଲକ୍ଷ ୫୦ହଜାର ସିକିମ ରୟତ ଏବଂ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ। ଆଗାମୀ ଦିନରେ ସମସ୍ତଙ୍କୁ ସମସ୍ତଙ୍କୁ ଜମି ପଟ୍ଟା ମିଳିବ ବୋଲି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଖୁସି ହିଁ ମୋର ସବୁଠୁ ବଡ଼ ପୁରସ୍କାର ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ବହୁ ଦିନର ସମସ୍ୟା ଥିଲା ଯାହାକି ଜମି ଉପରେ ସେମାନଙ୍କ ଅଧିକାର ନଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା। ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। କିନ୍ତୁ ବର୍ତ୍ତମାନ୍ ସେହି ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପାଣ୍ଡିଆନ କହିଛନ୍ତି ଯେ ସମସ୍ତଙ୍କ ଖୁସି ପାଇଁ ସରକାର ସର୍ବଦା ରହିଥିଲେ, ରହିଛନ୍ତି ଏବଂ ରହିବେ ମଧ୍ୟ। ସମସ୍ତଙ୍କ ହିତରେ ଆଇନର ସଂଶୋଧନ ଜରୁରୀ ବୋଲି ମଧ୍ୟ ପାଣ୍ଡିଆନ କହିଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×