ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ନିମନ୍ତେ ମୌସୁମୀ ବୈଠକ

ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ତେଣୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରର ମୌସୁମୀ ବୈଠକ । ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଏହି ବୈଠକ ଅୟୋଜିତ ହୋଇଛି । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟା କରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓମଫେଡ୍ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ‘ଗୋଲ୍ଡ ପ୍ଲସ’ ଶୁଭାରମ୍ଭ କରିବା ସହ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏବଂ ଓମଫେଡ୍ ସହ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛନ୍ତି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓମଫେଡ ଭେଣ୍ଡିଂ ମେସିନର ମଧ୍ୟ ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରରେ ଖୁବ ଶୀଘ୍ର ଏହି ଓମଫେଡ ଭେଣ୍ଡିଂ ମେସିନ ଆରମ୍ଭ ହେବ ବୋଲି ଆଲୋଚନା କରାଯାଇଛି। ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ଓମଫେଡର ସମସ୍ତ ସାମଗ୍ରୀ ପାଇପାରିବେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡିଂ ମେସିନ ବସାଇବା ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ। ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×