ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା

ଧାନ ପରବର୍ତ୍ତୀ ପଡିଆ ଜମିରେ ମୁଗ, ବିରି ଏଵଂ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟର କୃଷକମାନେ ଅଗ୍ରସର ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସାର, ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ଯୋଗାଇବା ସହ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି। ଚାଷୀମାନେ ଧାନ ପରବର୍ତ୍ତୀ ପଡିଆ ଜମିର ଉତ୍ତମ ଉପଯୋଗ କରି ଉତ୍ପାଦନ କରୁଥିବା ଶସ୍ୟ ଦ୍ଵାରା ଉପଯୁକ୍ତ ବଜାର ମୂଲ୍ୟ ପାଇପାରିବେ ଏବଂ ଆନ୍ତର୍ଜାତୀୟ ବଜାରରେ ଏହାକୁ ପହଞ୍ଚାଇବା ସହ ସେମାନଙ୍କ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନାରେ ୫୧ ହେକ୍ଟର୍ ଜମିରେ ମୁଗ ଚାଷ କରିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ବଡ଼ମାଣିଆ ଗାଁର ୬୧ ଜଣ ଚାଷୀ। ସେମାନେ ଧାଡ଼ିବୁଣା ପଦ୍ଧତିରେ ‘ଶିଖା’ କିସମର ବିହନ ବୁଣିଛନ୍ତି। କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଜଉପୋକ ଦମନ ପାଇଁ ଔଷଧ ସିଞ୍ଚନ କରୁଛନ୍ତି। କୃଷି ବିଭାଗ ପକ୍ଷରୁ ମିଳିଥିବା ବିହନ, ଜୈବସାର ଏବଂ ରୋଗପୋକ ପରିଚାଳନା ପାଇଁ ସ୍ଥାନୀୟ ଚାଷୀମାନେ ଆଧୁନିକ ସୋଲାର ଟ୍ରାପ୍‌, ଫେରୋମନ୍ ଟ୍ରାପ୍‌, ବ୍ଲୁଷ୍ଟିକ୍ ଓ ୟେଲୋ ଷ୍ଟିକ୍ ବ୍ୟବହାର କରୁଛନ୍ତି। ମୃତ୍ତିକା ବିଶୋଧନ ପାଇଁ ସେମାନେ ଜମିରେ ଜୈବିକ ଖତ ପ୍ରୟୋଗ ମଧ୍ୟ କରୁଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×