ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ

ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍‌ ।ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍‌ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ। ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌। ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ।

କୃଷକମାନେ କିପରି ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ପାଇବେ, ସେଥିପ୍ରତି ପ୍ରଥମେ ଧ୍ୟାନ ଦିଆଯାଉଛି। ଏଇ ଖରିଫ ଋତୁରେ ପଇସା ଦେବା ଆରମ୍ଭ କରାଯିବ। କୌଣସି ମିଲର ଚାଷୀଙ୍କୁ ହଇରାଣ କରିପାରିବେ ନାହିଁ। ଚାଷୀଙ୍କୁ ହଇରାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚାଷୀମାନେ ଦିନ ଦିନ ଧରି ମଣ୍ଡି ଆଗରେ ଧାନ ରଖି ବସିବେ ନାହିଁ। ସେମାନଙ୍କଠାରୁ ତୁରନ୍ତ ଧାନ ସଂଗ୍ରହ କରାଯିବ। ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲ୍‌ସ ରାସନ କାର୍ଡ ହିତାଧିକାରୀ ଅଛନ୍ତି। କେଉଁଠି ହିତାଧିକାରୀଙ୍କ ମୃତ୍ୟୁ ଘଟିଛି ଓ କେଉଁଠି ନାହାନ୍ତି। ସେସବୁକୁ ଚିହ୍ନଟ କରାଯିବ ଓ ରାସନ କାର୍ଡ ପ୍ରତ୍ୟାହାର କରାଯିବ। ଫଲ୍‌ସ କାର୍ଡ ପ୍ରତ୍ୟାହାର କରାଯାଇ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×