ମତ୍ସ୍ୟ ଓ ଉଦ୍ୟାନ ବିଭାଗ କ୍ୟାଡରରେ ପୁନର୍ବିନ୍ୟାସ 

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁନର୍ବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖି ଏହି ୨ ଟି ସେବା କ୍ୟାଡରରେ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି। ମତ୍ସ୍ୟଚାଷ ସେବା କ୍ୟାଡରର ୨୧୭ ଟି ନୂତନ ପଦବୀ ସୃଷ୍ଟି ହୋଇଛି। ସେହିଭଳି ଉଦ୍ୟାନ କୃଷି ବିଭାଗରେ ପୁନର୍ବିନ୍ୟାସ କରାଯାଇ ୬୭ ଟି ପଦବୀ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ରହିଛି।

ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆଣି ଓଡ଼ିଶାର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନା ମାଧ୍ୟମରେ ଆସନ୍ତା ୨୦୩୬ ସୁଦ୍ଧା ବାର୍ଷିକ ୩୩ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ମତ୍ସ୍ୟ ଚାଷୀମାନେ ମାଛ ଚାଷ କରି ବହୁ ମାତ୍ରାରେ ଉପକୃତ ହେବା ସହ ସ୍ବାବଲମ୍ବୀ ହେଉଛନ୍ତି। ମତ୍ସ୍ୟ ଚାଷୀମାନେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ମଧ୍ୟ ଚାଷ କରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×