ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲକ୍ଷ୍ୟ ହେଉଛି ସୁଲଭ ଫସଲ ବୀମା ପ୍ରଦାନ କରି କୃଷିକ୍ଷେତ୍ରରେ ଉତ୍ପାଦନକୁ ସମର୍ଥନ କରିବା, ଯାହା କି ବୁଣିବା ପୂର୍ବ ଠାରୁ ଅମଳ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ସମସ୍ତ ଅଣ-ପ୍ରତିରୋଧଯୋଗ୍ୟ ପ୍ରାକୃତିକ ବିପଦରୁ କୃଷକମାନଙ୍କ ଫସଲ ପାଇଁ ବ୍ୟାପକ ବିପଦ ବୀମା ସୁନିଶ୍ଚିତ କରିବ। ତେଣୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳରେ ଚାଷ କରାଯାଇଥିବା ୮ ଗୋଟି ଫସଲ ଯଥା : ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ପାଇଁ ଏହି ଯୋଜନାରେ ବୀମା କରାଯାଇପାରିବ।
ଚାଷର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କେନ୍ଦ୍ର କରି ଏହି ଯୋଜନାରେ ବହୁ ନିୟମାବଳୀ ରହିଛି। ଯାହାକି ପ୍ରାକୃତିକ ଦୁର୍ବିପାକ ଦ୍ଵାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀ ଭାଇଭଉଣୀମାନେ କ୍ଷତିପୂରଣ ପାଇପାରିବେ। ଭାଗ ଚାଷୀ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜମି ମାଲିକଠାରୁ ଅନୁମତି ଆଣି ନିଜ ଫସଲର ପଞ୍ଜିକରଣ କରିପାରିବେ। ଜଣେ ଚାଷୀ ସର୍ବାଧିକ ୫ ଏକର ପର୍ଯ୍ୟନ୍ତ ଚାଷ ଜମିର ପଞ୍ଜିକରଣ ବିନା କୌଣସି ଦେୟରେ କରିପାରିବ ବୋଲି ଧାର୍ଯ୍ୟ କରାଯାଇଛି। ଏହି ପଞ୍ଜିକରଣର ଅବଧି ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ରହିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ