ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ମାଣ୍ଡିଆ ସଂଗ୍ରହ ଓ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା ଯଥା : କୃଷକ ସଂଗଠନ, PACS, LAMPCS, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୧ ଡିସେମ୍ବର ୨୦୨୪ ମଧ୍ୟରେ ଆବେଦନ କରିବା ଆବଶ୍ୟକ। ଚଳିତ ବର୍ଷ ଖରିଫ ମାଣ୍ଡିଆ ସଂଗ୍ରହ ୦୧ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଚାଷୀମାନେ ନିଜର ପ୍ରାପ୍ୟ ଆଧାର ସଂଲଗ୍ନ ବ୍ୟାଙ୍କ୍ ଖାତା ମାଧ୍ୟମରେ ପାଇପାରିବେ। କୃଷକ ଓଡ଼ିଶାରେ ପଞ୍ଜୀକୃତ ଚାଷୀମାନେ ହିଁ ମାଣ୍ଡିଆ କ୍ରୟ ଯୋଜନାରେ ନାମ ପଞ୍ଜିକରଣ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀ ଯଦି ପୂର୍ବରୁ ପ୍ରଦାନ କରିଥିବା ତଥ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସେମାନେ କୃଷକ ଓଡ଼ିଶା ପୋର୍ଟାଲର ନିର୍ଦ୍ଧାରିତ ପଞ୍ଜିକରଣ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ। ଭାଗ ଚାଷୀ ଏବଂ ଜଙ୍ଗଲ ଜମିରେ ଚାଷ କରିଥିବା ଚାଷୀ ମଧ୍ୟ ମାଣ୍ଡିଆ କ୍ରୟ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ପଞ୍ଜିକରଣ ଫର୍ମରେ ଥିବା ସମସ୍ତ ଚାଷୀଙ୍କ ତଥ୍ୟକୁ ଡିସେମ୍ବର ମାସ ୩୧ ତାରିଖ ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ MPAS ପୋର୍ଟାଲରେ ନିର୍ଭୁଲ ଭାବେ ପଞ୍ଜିକରଣ ସୁନିଶ୍ଚିତ କରିବା ଆବଶ୍ୟକ।

0

Leave A Reply

Your email address will not be published.

13 − two =