ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ

0

ଚଳିତ ବର୍ଷ ୨୦୨୧ -୨୨ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଅଛି । ନିଜର ଅମଳ ଧାନକୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଏହି ପଞ୍ଜୀକରଣ ନିତାନ୍ତ ଜରୁରୀ ହୋଇଥାଏ । ଚାଷୀଭାଇମାନେ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି ,ମହିଳା ସ୍ଵଂୟ ସହାୟକ ଗୋଷ୍ଟୀରେ ଆଗୁଆ ପଞ୍ଜୀକରଣ କରିବା ଆବଶ୍ୟକ ।ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୬ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଅବଧି ରହିଛି । ଓଡ଼ିଶାର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭାଗ ଚାଷୀ ମାନେ ମଧ୍ୟ ପଞ୍ଜୀକରଣ କରିପାରିବେ । ଏଥି ପାଇଁ ଚାଷୀଭାଇ ମାନେ ନିକଟସ୍ଥ ସମିତିରୁ ଗୋଟିଏ ପଞ୍ଜୀକରଣ ଫର୍ମ ସଂଗ୍ରହ କରି ଏହାକୁ ପୁରାଣ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଗୁଡ଼ିକ ସମୟ ଅବଧି ପୂର୍ବରୁ ପୈଠ କରିବାକୁ ପଢ଼ିବ। ତେବେ ଆବଶ୍ୟକୀୟ କାଗଜ ପତ୍ର ମଧ୍ୟରେ ଆଧାର କାର୍ଡ , ଚାଷ ଜମି ପ୍ରଣାମ ପତ୍ର/ଜମି ପଟ୍ଟା , ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠା , ନିଜର ମୋବାଇଲ ନମ୍ବର ଏବଂ ଯଦି ଭାଗ ଚାଷୀ ହୋଇଥାନ୍ତି ସଂପୃକ୍ତ ଜମିମାଲିକଙ୍କ ସହମତି ପତ୍ର ସହ ଆଧାର କାର୍ଡ ଇତ୍ୟାଦି ରହିଛି । ଚାଷୀ ଭାଇମାନେ କେଉଁ ମାସରେ ଧାନ ବିକ୍ରୟ କରିବେ ତାହା ମଧ୍ୟ ଉଲ୍ଲେଖ କରିପାରିବେ । ଏହି କ୍ଷେତ୍ରରେ ଚାଷୀଭାଇ ମାନଙ୍କୁ ସମସ୍ତ ସୁବିଧା ଏବଂ ସହାୟତା ପାଇଁ  ସମବାୟ ସମିତିରେ ଏକ ହେଲ୍ପ ଡେସ୍କ ଗଠନ ହୋଇଅଛି ଏଥି ସହ କୌଣସି ଅଭିଯୋଗ କିମ୍ବା ସହାୟତା ପାଇଁ ନିଃଶୁକ୍ଳ ନମ୍ବର ୧୯୬୭ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଲବ୍ଧ ।

Leave A Reply

Your email address will not be published.

eight + twelve =