ପ୍ରଗତିର ନାଆରେ ନାଉରୀ – ଚାଷୀ

0

କୃଷି ପ୍ରଧାନ ରାଜ୍ୟ – ଓଡ଼ିଶା। ଚାଷ ଏବଂ ଚାଷୀ ର ସମ୍ପର୍କ ଏଥି ବାରମାସ ପାର୍ବଣ ଋତୁ ଆଣେ। ଶସ୍ୟ କ୍ଷେତ୍ର ର ଦୋଳାୟମାନ ଶସ୍ୟ ରେ ତାକୁ ଯେ କେବଳ ଧନଲକ୍ଷ୍ମୀଙ୍କ ପ୍ରତିବିମ୍ବ ଦିଶେ, ତାହା ଭାବିବା ନିଶ୍ଚିତ ମୂର୍ଖାମି ହେବ । ଶସ୍ୟ ତା ପାଇଁ ସନ୍ତାନ ଠାରୁ କମ୍ ନୁହଁ। ନିଜର ଲହୁ ଲୁହ ର ପାର୍ଥକ୍ୟ ଭୁଲି ବର୍ଷ ତମାମ ସେ ତାର ଲାଳନ ପାଳନ କରେ। ଘର ର ମୂରବୀ ଯେପରି ଏକ ଅନୁଶାସନ ଘେରା ପରିବେଶ ଟିଏ ଯୋଗାଇବା ପାଇଁ ନିଜେ ମଧ୍ୟ ଏକ ଶୃଙ୍ଖଳ ରେ ବାନ୍ଧି ହୋଇଯାନ୍ତି, ଠିକ୍ ସେହିପରି କୃଷକ ଟିଏ ମଧ୍ୟ ନିଜ ଜମି ର ଉପଯୁକ୍ତ ଧ୍ୟାନ ନେବା ଆଶା ରେ ଏହା ସହ ସମ୍ପୂର୍ଣ୍ଣ ଜଡ଼ିତ କରିଦିଏ। ତଥାପି କଣ ସେ ତାର ପରିଶ୍ରମ ର ଉପଯୁକ୍ତ ଫଳ ପାଇପାରେ? – ଏ ପ୍ରଶ୍ନ ର ଉତ୍ତର ପ୍ରତ୍ୟେକ ଦିନ ଖବରକାଗଜ ର କୌଣସି ନା କୌଣସି ପୃଷ୍ଠା ରେ ଛପଯାଉଥିବା ଚାଷୀ ଆତ୍ମହତ୍ୟା, ରାଜରାସ୍ତାରେ ଚାଷୀ କୁଳ ର ହରତାଳ ଖବର ରୁ ସ୍ପଷ୍ଟ ବାରି ହୋଇପଡେ। ଆମେ କେବଳ ଏହା ପଛରେ କିଏ ଦାୟୀ ହେବ ,ତାହାର ଆଲୋଚନା ସମାଲୋଚନା ରେ ଲିପ୍ତ ରହିଯାଉ; ହେଲେ କେବେ କେହି ପ୍ରକୃତ ସତ୍ୟତା ଖୋଜିବାକୁ ପ୍ରୟାସ କରିଛେ? କେବେ ବୁଝିବାକୁ ଚେଷ୍ଟା କରିଛେ ଜୀବନ ଦେବା ଭଳି ପରିସ୍ଥିତି ସୃଷ୍ଟି ହେଲା କେଉଁଠୁ? କଣ ସତରେ କେବଳ ଅର୍ଥ ହିଁ ଏକମାତ୍ର ଦାୟୀ ? ଚାଷୀ ର ଏ ସମସ୍ୟା ର ପ୍ରକୃତ ଦାୟୀ କିଏ?

ବାସ୍ତବିକ ଭାବେ ଦେଖିବାକୁ ମିଳେ ଏସବୁ ପ୍ରଶ୍ନ ଠାରୁ ବହୁତ ଉର୍ଦ୍ଧ୍ୱ ରେ ତାଙ୍କର ସମସ୍ୟା। କେବଳ ଅର୍ଥ ବା ମାନବିକ ହସ୍ତକ୍ଷେପ ନୁହେଁ ବରଂ ପ୍ରକୃତି ର ପ୍ରତ୍ୟକ୍ଷ ତଥା ପରୋକ୍ଷ ତାଡନା ମଧ୍ୟ ଅନେକାଂଶ ରେ ଦାୟୀ । ସ୍ଥାନ ବିଶେଷ ରେ ସମସ୍ୟା ମଧ୍ୟ ଭିନ୍ନ। ଅର୍ଥ ସମସ୍ୟା ର ସମାଧାନ ତ ସମ୍ଭବ , ଅନେକ ଯୋଜନା ମାନ ସଫଳତା ର କିରଣ ଆଣି ଦେଇଥିଲେ ମଧ୍ୟ ସମସ୍ୟା ସରିନାହିଁ।

ଦିନିକିଆ କୃଷକ ତାଲିମ ଶିବିର ଅନ୍ତରାଳେ ଆମେ ଚାଷୀ ମାନଙ୍କର ଅକୁହା ବେଦନା ର ଚେର ଯାଏଁ ପହଞ୍ଚିପାରିଛୁ। ଆର୍ଥିକ ସମସ୍ୟା ଠାରୁ ବଡ଼ ସମସ୍ୟା ଏଠି ପ୍ରାକୃତିକ ଜୀବଜନ୍ତୁ ମାନଙ୍କର ଉପଦ୍ରବ ତଥା ପୋକ ତଥା କୀଟନାଶକ ଗୁଡ଼ିକର ପାର୍ଶ୍ଵ ପ୍ରତିକ୍ରିୟା।

nano urea

ସ୍ଥାନ ବିଶେଷରେ ସମସ୍ୟା ର ବୀଜ ମଧ୍ୟ ଭିନ୍ନ। କେଉଁଠି ମାଙ୍କଡ ମାନଙ୍କର ଉତ୍ପାତ ତ ଆଉ କେଉଁଠି ଚାଷଜମିରେ ଚାଷୀଙ୍କର ନୁହେଁ ବରଂ ଜଙ୍ଗଲୀ ହାତୀଙ୍କ ର ଆଧିପତ୍ୟ।

ହାତୀ ମାନଙ୍କ ଯାତାୟାତ ପଥରେ ନଷ୍ଟ ହେଉଥିବା ଚାଷଜମି ତଥା ଶସ୍ୟ ଉପରେ କାହାରି ଧ୍ୟାନ ନାହିଁ। ନିଜ ଜମି କୁ ରକ୍ଷା କରିବାର ବାଟ ଖୋଜି ଖୋଜି ଚାଷୀ ଖର୍ଚ୍ଚାନ୍ତ ହେବାରେ ଲାଗିଛି। ଅମଳ ପୂର୍ବରୁ ଶସ୍ୟ ମାଙ୍କଡ ମାନଙ୍କର ଧ୍ଵଂସ ଲୀଳା ର ଶିକାର ହେଉଛି। ଚାଷୀ ଭାଇ କିପରି ନିଜ ଫସଲ ର ସୁରକ୍ଷା କରିବ ଏବେ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦ୍ଵିତୀୟ ରେ ରାସାୟନିକ କୀଟନାଶକ ର ବିଫଳତା । ସୁଲଭ ମୂଲ୍ୟ ରେ ଉପଲବ୍ଧ ହେଉଥିଲେ ମଧ୍ୟ ଏଗୁଡ଼ିକର ପାର୍ଶ୍ଵ ପ୍ରତିକ୍ରିୟା ଜମି ର ଉର୍ବରତା ହ୍ରାସ ସହ ଅନ୍ୟ ଅଜଣା କୀଟ ର ଆଗମନ ର ଦ୍ଵାର ଉନ୍ମୁକ୍ତ କରିଦେଉଛି। ଅର୍ଥ ସମସ୍ୟା ଠାରୁ ଏସବୁ ସମସ୍ୟା ର ମୂଳ ଅଧିକ ଶକ୍ତ। ଏଗୁଡିକ ର ମୂଳୋତ୍ପାଟନ ହୋଇପାରିଲେ ହିଁ ଚାଷୀ ଭାଇ ମାନେ ଆଶ୍ୱସ୍ତି ର ନିଃଶ୍ୱାସ ନେଇ ପାରିବେ।

Leave A Reply

Your email address will not be published.

nine + twelve =