କୃଷି ଋଣ ପ୍ରଦାନ ପ୍ରସଙ୍ଗରେ ସଂସଦ ରେ ଉଠିଲା ପ୍ରଶ୍ନ

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସହ ମୁଜିବୁଲ୍ଲା ଖାନ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ଓ ସଠିକ ସମୟରେ କୃଷି ଋଣ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ରାଜ୍ୟସଭାରେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ହାର ବୃଦ୍ଧି ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେ ନେଇ ବିଜେଡିର ଦୁଇ ସାଂସଦ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରଡ କହିଛନ୍ତି ଯେ, ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରତିବର୍ଷ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ରିପୋର୍ଟ ଉପସ୍ଥାପନ ହୋଇଥାଏ । ଅର୍ଥନୈତିକ ଅଭିବୃଦ୍ଧି ସହ କୃଷି, ଶିଳ୍ପ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ମଧ୍ୟ ରିପୋର୍ଟ ଦେଇଥାଏ | ଜଳବାୟୁ ପରିବର୍ତ୍ତନ ଦ୍ବାରା ପଡୁଥ‌ିବା ପ୍ରଭାବର ମଧ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ସମୀକ୍ଷା କରିଥାଏ I କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରବର୍ତନ ମନ୍ତ୍ରଣାଳୟ ୨୦୧୮ରେ ଏନଭାଇରନମେଣ୍ଟ ଇକୋନୋମିକ ଆକାଉଣ୍ଟି ପ୍ରେମୱାର୍କ ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ ହାର ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ୫୨.୨୬ ପ୍ରତିଶତ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୫୪.୨୩ ପ୍ରତିଶତ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୫୩.୫୩ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ମଧ୍ଯ ରଣ ପ୍ରଦାନ ହାର ବିଶେଷ କରି ଫସଲ ଋଣ ହାର ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ୫୬.୩ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×