‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଏକ ନୂତନ ଯୋଜନା ଘୋଷଣା

0

ଜନଜାତିଙ୍କ ଉନ୍ନତି ପାଇଁ ‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜନଜାତିମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିପାରିବେ ଏବଂ ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ ପଠାଯିବା ସହ ଟିଡିସିସିଓଏଲ ସହ ଅନୁବନ୍ଧିତ ଏସଏଚଜିଗୁଡ଼ିକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯିବ । ଏହା ଅଧୀନରେ ରାୟଗଡ଼ରେ ₹୨୫ କୋଟି ବ୍ୟୟରେ ତେନ୍ତୁଳି ପ୍ରକ୍ରିୟାକରଣ ପ୍ଳାଣ୍ଟ ମଧ୍ୟ ପ୍ରତିଷ୍ଠା କରାଯିବ । ତେବେ ଲଘୁ ବନଜାତ ଦ୍ରବ୍ୟର ସୁବ୍ୟବସ୍ଥିତ ସଂଗ୍ରହ, ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥାରେ ଏହା ସହାୟକ ହେବା ସହ ଜନଜାତିଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Leave A Reply

Your email address will not be published.

2 × 1 =