ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉଦବୋଧନ

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ଚଳିତ ବର୍ଷ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP28 ରେ ଜଳବାୟୁ-ସ୍ଥିର କୃଷି ଖାଦ୍ୟ ପ୍ରଣାଳୀର ରୂପାନ୍ତରଣ ଉପରେ ଧ୍ୟାନ ଦେଇ ମାଣ୍ଡିଆକୁ ମୁଖ୍ୟଧାରା କୃଷିରେ ସାମିଲ କରିବା ପାଇଁ ଓଡିଶାର ପଦକ୍ଷେପ ଉପରେ ତାଙ୍କ ବକ୍ତବ୍ୟରେ ଆଲୋଚନା କରିଥିଲେ । Transformation of agri food system ବା କୃଷି ଖାଦ୍ୟ ପ୍ରଣାଳୀର ରୂପାନ୍ତରଣ ଉପରେ ଡ଼ ପାଢ଼ୀ ନିଜର ଅଭିଭାଷଣ ରଖିଥିଲେ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ସମସ୍ୟା। ଏହା କୃଷି କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ଏହି ଉପକ୍ରମରେ ପୁଷ୍ଟିଶସ୍ୟ ମାଣ୍ଡିଆର ମହତ୍ତ୍ଵ ଉପରେ ଗୁରୁତ୍ବ ଦେବା, ଏହାର ଉନ୍ନତି ପାଇଁ ସାରା ବିଶ୍ବରେ ଏକ ମଡେଲ ରୂପେ ବଜାରକୁ ଆଣିବା ଏବଂ କୃଷକମାନଙ୍କୁ ମାଣ୍ଡିଆ ର ବହୁଳ ଉତ୍ପାଦନ ଦିଗରେ ପ୍ରବର୍ତ୍ତାଇବା ଦିଗରେ ଓଡ଼ିଶାର କାର୍ଯ୍ୟ ପ୍ରଶଂସନୀୟ ।କୃଷି କ୍ଷେତ୍ର ଦ୍ୱାରା ଗ୍ରୀନ୍ ହାଉସ୍ ଗ୍ୟାସ୍ ଦ୍ୱାରା ସୃଷ୍ଟି ହୋଇଥିବା ଚାଲେଞ୍ଜ ର ପୁନଃ ନିର୍ମାଣଶୀଳ କୃଷି ଏବଂ ନିରନ୍ତର ତୀବ୍ରତା କିପରି ଯତ୍ନବାନ ହୋଇପାରିବ ସେନେଇ ଡ. ପାଢୀ ଓଡିଶା ମିଲେଟସ୍ ମିଶନର ଉଦାହରଣ ଏବଂ ଜଳବାୟୁ-ସ୍ଥିର ତଥା ପୁଷ୍ଟିକର ମିଲେଟ ଫସଲକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ଅନ୍ତର୍ଭୂକ୍ତ ଆଭିମୁଖ୍ୟର ଉଦାହରଣ ଦେଇଛନ୍ତି।

ମାଣ୍ଡିଆ କେବଳ ଆଉ ଗରିବଙ୍କ ଖାଦ୍ୟ ହୋଇ ନାହିଁ ବରଂ ଘରେ ଘରେ ଆଜି ମାଣ୍ଡିଆର ଆଦର ବଢ଼ିଛି। ଓଡ଼ିଶା ମିଲେଟ ମିଶନ ଏ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି ସମାରୋହରେ ବିଭିନ୍ନ ଦେଶର ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଓଡ଼ିଶାର ପଦକ୍ଷେପକୁ ଅନେକ ପ୍ରଶଂସା କରାଯାଇଥିଲା ଯେଉଁଥିରେ ନୀତି ନିର୍ମାତା, ବୈଜ୍ଞାନିକ, ଏନଜିଓ, ଶିକ୍ଷାନୁଷ୍ଠାନ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×