ଓୟୁଏଟି ସମାବର୍ତ୍ତନ ଉତ୍ସବରେ ପ୍ରାକୃତିକ ଚାଷକୁ ରାଷ୍ଟ୍ରପତିଙ୍କ ଆହ୍ବାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତି ଓୟୁଏଟି ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ଏହି ଉତ୍ସବରେ ଚାଷ ଓ ଚାଷୀ ଙ୍କୁ ଅଧିକ ଗୁରୁତ୍ଵ ଦେଇଛନ୍ତି। କୃଷି ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ପାଇଁ ରାଷ୍ଟ୍ରପତି ଉତ୍ସାହିତ କରିଛନ୍ତି ଏବଂ ଭବିଷ୍ୟତରେ କିପରି କୃଷି ଆହୁରି ଅଗ୍ରଗାମୀ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଆହ୍ବାନ ଦେଇଛନ୍ତି।

କୃଷି ଉତ୍ପାଦନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇଛି ଭାରତ। ଏବେ ଭାରତ ଅନ୍ୟ ଦେଶକୁ କୃଷି ସାମଗ୍ରୀ ରପ୍ତାନୀ କରୁଛି, ଏହା ଦେଶ ପାଇଁ ଏକ ଗୌରବର ଗାଥା ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସମାବର୍ତ୍ତନ ଉତ୍ସବ ଅବସରରରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯିବା ସହ ଓଡ଼ିଶାର ମାଣ୍ଡିଆ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆଙ୍କୁ ମଧ୍ୟ ଉପାଧି ପ୍ରଦାନ କରାଯାଇଛି। ସାରା ଭାରତରେ ମାଣ୍ଡିଆ ରାଣୀ ଭାବେ ପରିଚିତ ଲାଭ କରିଥିବା କୋରାପୁଟର ଆଦିବାସୀ ମହିଳା ଚାଷୀ ତଥା ବହୁ ପୁରାତନ ଶସ୍ୟ ସଂଗ୍ରହକାରୀ ଜି ୨୦ ଫେମ୍ ରାଇମତୀ ଘିଉରିଆଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି। ସେ ଏକାବେଳେ ସଫଳ ପୁରାତନ ବିହନ ସଂଗ୍ରହକାରୀ ସହ ଜଣେ ସଫଳ ଆଦିବାସୀ ମହିଳା ଚାଷୀ ହୋଇଥିବା ବେଳେ, ବିରଳ ପୁରାତନ ମାଣ୍ଡିଆ ଓ ଧାନ ବିହନ ସଂଗ୍ରହକାରୀ ମଧ୍ୟ। ଆଗାମୀ ପିଢ଼ି ପାଇଁ ଏକ ଜ୍ୱଳନ୍ତ ପ୍ରେରଣା ସାଜିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×