ପିଏମ୍ କିଷାନ ଯୋଜନା ଚାଷୀଙ୍କ ଆର୍ଥିକ ସଶକ୍ତିକରଣର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବଟୁର୍ ଗସ୍ତ କରି ଦକ୍ଷିଣ ଭାରତର ପ୍ରାକୃତିକ କୃଷି ସମ୍ମିଳନୀର ଉଦଘାଟନୀ ଯୋଗ ଦେଇ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। ଏହି କ୍ରମରେ ଓଡ଼ିଶାର ୩୪ ଲକ୍ଷ ୧୨ ହଜାରରୁ ଊର୍ଦ୍ଧ୍ବ କୃଷକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶ୍ୱାସ ରହିଛି।

ଏଥିସହ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀରେ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ୍‍ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଥିଲା। ଯେଉଁଥିରେ ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯାଇଛି। ଏହି ୩ ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଇଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×