ଧାନ ଫସଲରେ ଚକଡ଼ା ପୋକ

0

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ଧାନ ଫସଲର ଏକ ପ୍ରମୁଖ କୀଟ ଚକଡ଼ା ପୋକ ଅଟେ । ଓଡିଶାର ଚାଷୀ ମାନେ ବିଭିନ୍ନ ସମୟରେ ଚକଡ଼ା ପୋକ ଯୋଗୁଁ ଅନେକ କ୍ଷତି ସହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଚକଡ଼ା ପୋକ କ’ଣ, ଏହାର ଲକ୍ଷଣ , ସମାଧାନ କିପରି କରିବା ..

ଚକଡା ପୋକ- ଧାନର ଏକ ପ୍ରମୁଖ ଉତ୍ପାଦନ ହ୍ରାସକାରୀ କୀଟ ଭାବେ ଚକଡା ପୋକ ବେଶ ଜଣାଶୁଣା । କୃଷି ବିଜ୍ଞାନରେ ଏହାକୁ ‘ବ୍ରାଉନ ପ୍ଲାଣ୍ଟ ହୋପର’ ବୋଲି କୁହାଯାଏ । ତେବେ ଚକଡା ପୋକ ମୁଖ୍ୟତଃ ତିନୋଟି ସ୍ତର ଦେଇ ଗତି କରିଥାଏ-ଅଣ୍ଡା-ଅର୍ଭକ-ପୂର୍ଣ୍ଣାଙ୍ଗ କୀଟ । ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ ମାଟିଆ ରଙ୍ଗର ସ୍ତ୍ରୀ କୀଟଟି ୫ମି.ମି ଲମ୍ବା ହୋଇଥିବା ବେଳେ ପୁରୁଷ କୀଟଟି ୪-୪.୫ ମି.ମି ଭିତରେ ଲମ୍ବାଥାଏ । ପତ୍ର ର ମଝି ଭାଗରେ ଅଣ୍ଡା ଗୁଡିକ ଦେଖାଯାଏ (୨-୧୨) ଅଣ୍ଡା ଟି ଧଳା ଓ ବଙ୍କା ଆକୃତିର ହୋଇଥାଏ । ସମ୍ପୂର୍ଣ ଜୀବନ ଚକ୍ର ୧୮-୨୨ ଦିନ ଭିତରେ ଶେଷ ହୋଇଥାଏ ।

nano urea

ଲକ୍ଷଣ- ଏହାର ପୂର୍ଣ୍ଣାଙ୍ଗ କୀଟଟି ଗଛର ତଳ ଭାଗର ରସକୁ ଶୋଷି ଶୋଷି ଖାଇଯାଇଥାଏ । ଖାଇବା ସମୟରେ ଏହା ଏକ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ । ଯାହା ଫଳରେ (ହୋପର ବର୍ନ) ଲକ୍ଷଣ ଦେଖାଯାଇଥାଏ । ପତ୍ର ଗୁଡିକ ହଳଦିଆ ପଡିଯିବା ସହିତ ଗୋଲାକୃତି ଆକାରରେ ଗଛ ଶୁଖିଯାଏ । ଏହା ଯେଉଁ ଧାନ ଗଛକୁ ଆକ୍ରମଣ କରିଥାଏ, ତାହାର କାଣ୍ଡ ଭାଗ ଶୁଖିଯାଏ ଓ ଏହା ଭବିଷ୍ୟତରେ କୁଟା ହୋଇପାରେ ନାହିଁ ।

ସମାଧାନ
• ଚକଡା କୀଟ ଆକ୍ରାନ୍ତ ଜମିରେ ଏକ କିସମକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।
• ସହନଶୀଳ କିସମ ଯଥା ଗୋଦାବରୀ, କ୍ରିଷ୍ଣାଭେନି, ଚୈତନ୍ୟ ପ୍ରଭୁତି ବ୍ୟବହାର କରିବା ଆବଶ୍ୟକ ।
• ଧାନ ଜମିର ମଝି ଭାଗରେ କନ୍ଦି କରନ୍ତୁ । ଏହାଦ୍ୱାରା ଉପଯୁକ୍ତ ସୂର୍ଯ୍ୟାଲୋକ ମିଳିପାରିବା ସହ ଆର୍ଦ୍ରତା ନିୟନ୍ତ୍ରଣ ହୋଇପାରିବ ।
• ଜମିରୁ ଅନାବନା ଘାସ ଉପାଡିଦିଅନ୍ତୁ ।
• ପୋକର ଗତିବିଧି ଲକ୍ଷ୍ୟ କରି କୀଟନାଶକ ବ୍ୟବହାର କରନ୍ତୁ ।
• ଗଛର ତଳଭାଗକୁ କାର୍ବୋଫ୍ୟୁରାଣ ଦାନା ଏକରକୁ ୧୦ କି.ଗ୍ରା, ଏସିଫେଟ ଏକଲିଟର ପାଣିରେ ୧୫ କି.ଗ୍ରା ମିଶାଇ ୩-୪ ଥର ସ୍ପ୍ରେ କରନ୍ତୁ ।

Leave A Reply

Your email address will not be published.

five + 8 =