ଆମ ସରକାର ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି- ମୁଖ୍ୟମନ୍ତ୍ରୀ

   କେବଳ ରାଜ୍ୟ ନୁହଁ ବରଂ ଦେଶ ମଧ୍ୟ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି। ବର୍ତ୍ତମାନ ଚାଷୀ ହିଁ ଅର୍ଥନୀତି ଏବଂ ଚାଷୀ ହିଁ ମେରୁଦଣ୍ଡ। ଚାଷୀଙ୍କ ବିନା ଓଡ଼ିଶାର ଅର୍ଥନୀତିକୁ କଳ୍ପନା କରାଯାଇପାରିବ ନାହିଁ। ଓଡ଼ିଶାର ଅର୍ଥନୀତି ଆମ ପରିଶ୍ରମୀ ଚାଷୀଙ୍କ ଉପରେ ହିଁ ନିର୍ଭର କରୁଛି। ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟରୁ ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି। ତେଣୁ ସେମାନଙ୍କ କଲ୍ୟାଣ କରିବା ସହିତ ସୁବିଧା ଅସୁବିଧାରେ ଛିଡ଼ା ହେବା ସରକାରଙ୍କ ନୈତିକ ଦାୟିତ୍ଵ ଏବଂ ଏହି ଦାୟିତ୍ୱକୁ ସରକାର ସୂଚାରୁ ରୂପେ ତୁଲାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ପୂର୍ବରୁ ଚାଷ ପାଇଁ ଲୋକେ ଅନେକ ଅସୁବିଧାରେ ସମ୍ମୁଖୀନ ହେବା ସହ ଆତ୍ମହତ୍ୟା ମଧ୍ୟ କରୁଥିଲେ। ଚାଷ ଲୋକଙ୍କ ମୁଖ୍ୟ ମଙ୍ଗ ହେଇଥିଲେ ମଧ୍ୟ ସେମାନଙ୍କୁ ସେଥିରୁ ବର୍ତ୍ତିବାକୁ ପଡୁଥିଲା, କିନ୍ତୁ ସରକାରଙ୍କ ସାହାଯ୍ୟ ସହଯୋଗ ଦ୍ଵାରା ବର୍ତ୍ତମାନ ରାଜ୍ୟର ଅଧିକାଂଶ ଲୋକ ଚାଷ ପାଇଁ ମନ ବଳାଉଛନ୍ତୁ। ସରକାରଙ୍କ ପାଖରୁ ଆର୍ଥିକ ସହାୟତା, ନୂତନ ଜ୍ଞାନକୌଶଳ ଓ ନୂତନ ଯନ୍ତ୍ରପାତି ମାଧ୍ୟମରେ ଚାଷ କରି ଅଧିକ ଅର୍ଥ ଉପାର୍ଜନ କରିବା ସହ ପରିବାର ପ୍ରତିପୋଷଣ କରିବା ପାଇଁ ସହଜ ହୋଇପାରୁଛି। ଚାଷୀମାନେ ରାଜ୍ୟର ମେରୁଦଣ୍ଡ ହୋଇଥିବାରୁ ସେମାନଙ୍କ ପାଇଁ ଅନେକ ଯୋଜନା ଲାଗୁ କରିବା ସହ ଚାଷ ଆରମ୍ଭରୁ ଫସଲ ବିକ୍ରି କରି ଅର୍ଥ ଉପାର୍ଜନ କରିବା ପର୍ଯ୍ୟନ୍ତ ଆବଶ୍ୟକ ସାହାଯ୍ୟ ମାନ ଯୋଗାଇ ଆସୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×