ଓଡ଼ିଶାର କୃଷି ବିକାଶରେ ଓୟୁଏଟିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପ୍ରତି ଓୟୁଏଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ କହିଛନ୍ତି। ଯଦିଓ ଓଡ଼ିଶା କୃଷି ଏବଂ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଗୁଆ ରହିପାରିଛି ତାହା କେବଳ ଓୟୁଏଟିର ସହଯୋଗ ପାଇଁ ସମ୍ଭବ ହୋଇପାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର ଉଦଘାଟନ କରିଥିଲେ। ଏଥିରେ ୧୦୦୮ଟି ଆସନ ରହିଛି ।

ଅତୀତରେ ଓଡ଼ିଶାରେ କିଛି ଫସଲ ପାଇଁ ଯଥା ଆଳୁ, ପଣସ ଓ ପିଆଜ ପାଇଁ ଅନେକ ମିଶନ ଆରମ୍ଭ କରାଯାଇଥିଲା, କିନ୍ତୁ ସେଥିରେ କୌଣସି ସଫଳତା ହାସଲ କରାଯାଇନଥିଲା। ତେଣୁ ମାନ୍ୟବର ମୂଖ୍ୟମନ୍ତ୍ରୀ ବର୍ତ୍ତମାନ ସେ ସବୁ ଛାଡ଼ି ଅନ୍ୟ ଫସଲ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ ବୃଦ୍ଧି କରି ସ୍ବାବଲମ୍ବୀ ହେବ ନିତାନ୍ତ ଜରୁରୀ ବୋଲି ମନେ କରିଛନ୍ତି। ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ନୂତନ ଜ୍ଞାନକୌଶଳ ଓ ଆଧୁନିକ ଯନ୍ତ୍ରପାତିର ବିକାଶ ଏବଂ ବ୍ୟବହାର ବଢାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଚଳିତ ବର୍ଷ କୃଷି ବଜେଟର ମୂଲ୍ୟ ବୃଦ୍ଧି କରାଯିବା ସହ ‘ ସମୃଦ୍ଧ କୃଷି ଯୋଜନା ‘ କୁ ଅନ୍ତର୍ଭୁକ୍ତ କରାଯାଇ ଅଧିକ ବ୍ୟୟ ଅଟକଳର ଲକ୍ଷ୍ୟ ମଧ୍ୟ ରଖାଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×