ରାଜ୍ୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ କୃଷି କ୍ଷେତ୍ରରେ ଅନେକ ଉନ୍ନତି ଦେଖାଦେବାର ଲାଗିଛି। ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା, ପ୍ରୋତ୍ସାହନ, ଉନ୍ନତ ଜ୍ଞାନକୌଶଳ ଏବଂ ନୂତନ ଯନ୍ତ୍ରପାତି ଆଜିର ଚାଷୀମାନଙ୍କୁ ନିଜ କର୍ମ କ୍ଷେତ୍ରରେ ଅନେକ ସହଯ୍ୟକାରି ହୋଇପାରିଛି। ଯାହାଦ୍ବାରା ଦିନକୁ ଦିନ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢ଼ିବାରେ ଲାଗୁଛି। ଚାଷୀଙ୍କ ଉନ୍ନତି ପାଇଁ ଚିନ୍ତା କଲେ କୃଷିକ୍ଷେତ୍ରରେ ରାଜ୍ୟ ବିଶ୍ଵ ସ୍ତରରେ ପରିଚିତ ହୋଇପାରିବ। ରାଜ୍ୟର ପୂର୍ବତନ ସରକାରଙ୍କ ଅପେକ୍ଷା ବର୍ତ୍ତମାନର ସରକାର ଚାଷୀଙ୍କୁ ଅଧିକ ଗୁରୁତ୍ଵ ଦେଉଛନ୍ତି।
ବର୍ଷକୁ ବର୍ଷ ଓଡ଼ିଶା ସରକାରଙ୍କ ଦ୍ଵାରା କୃଷି ବଜେଟ ବୃଦ୍ଧି କରାଯାଉଛି। କୃଷି ବଜେଟ ବୃଦ୍ଧି ହେବା ଦ୍ଵାରା ଓଡ଼ିଶାର ଚାଷୀ ଭାଇ ଭଉଣୀମାନେ ସିଧାସଳଖ ଉପକୃତ ହେବା ସହ ନିଜ ବୃତ୍ତିରେ ଉନ୍ନତି ଆସିବ ବୋଲି ମାନ୍ୟବର ସରକାର ସ୍ପଷ୍ଟ କରିଛନ୍ତି। ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପରୋକ୍ତ ସଭାରେ ଯୋଗ ଦେଇ ଚାଷକୁ ନେଇ ନିଜର ଅନୁଭୂତି ବଖାଣିବା ସହ ନିଜ ଚାଷ ଜମିରେ କରୁଥିବା ଚାଷ ବିଷୟରେ ମନ୍ତବ୍ୟ ଦେଇଥିଲେ। ସେ ନିଜସ୍ଵ ଜମିରେ ଡ୍ରାଗନ୍ ଫ୍ରୁଟ୍ ଭଳି ମୂଲ୍ୟବାନ ଫଳ ଚାଷ କରିଛନ୍ତି। ଯାହାକି ନିଜେ ମଧ୍ୟ ରାଜ୍ୟ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ