ଜୈବିକ ଚାଷୀ ଯିବେ ରାଷ୍ଟ୍ରପତି ଭବନ

ରାଜ୍ୟରେ ଜୈବିକ ଉପାୟରେ ଚାଷ କରିବା ପାଇଁ ଅନେକ ଚାଷୀ ମନ ବଳାଉଛନ୍ତି। ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ଵାରା ଚାଷ ଜମିର ଗୁଣବତ୍ତା ହ୍ରାସ ପାଇବା ସହ ଶସ୍ୟର ଉତ୍ପାଦନ ହାର ମଧ୍ୟ ହ୍ରାସ ପାଉଛି, ତେଣୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ଏବଂ ଚାଷ ଜମିର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଅନେକ ଚାଷୀ ଜୈବିକ ଚାଷ କରିବା ପାଇଁ ମନ ବାଲାଉଛନ୍ତି। ଚାଷୀ ଭାଇଭଉଣୀମାନେ ଜୈବିକ ଚାଷ କରି ନିଜର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେହିପରି ଓଡ଼ିଶାର କଟକ ଜିଲ୍ଲାର ବଡମ୍ବା ଅଞ୍ଚଳର ଚାଷୀ ଚୈତନ୍ୟ ମୁଦୁଲି ଜୈବିକ ଚାଷ ପାଇଁ ଜାତୀୟ ସ୍ଥରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ସେ ନିଜ ଚାଷ ଜମିରେ ଜୈବିକ ପଦ୍ଧତିରେ ଚାଷ କରନ୍ତି। ତେଣୁ ଆସନ୍ତା ଜାନୁୟାରୀ ୨୬ ତାରିଖରେ ରାଷ୍ଟ୍ରପତି ଭବନ ଯିବା ପାଇଁ ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର ଆସିଛି। ସେ ଜୈବିକ ପଦ୍ଧତି ଓ ନୂତନ ଜ୍ଞାନକୌଶଳ ଆପଣେଇ ଚାଷ କରିବା ପାଇଁ ସମସ୍ତ ଚାଷୀଙ୍କୁ ପ୍ରୋତ୍ସାହିତ କରିଛନ୍ତି। ସେ ନିଜ ଜମିରେ ୨୦୦୦ ମସିହାଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବା ସହ ୨୦୧୪ ମସିହାଠାରୁ ନୂତନ ଜ୍ଞାନକୌଶଳରେ ଚାଷ କାର୍ଯ୍ୟ କରୁଛନ୍ତି। ୨୫ ପ୍ରକାର ଫସଲ ଚାଷ କରି, ଅନ୍ୟ ଚାଷୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଚୈତନ୍ୟ ମୁଦୁଲି। ଆଜିର ଦିନରେ ତାଙ୍କ ପାଇଁ ନିଜର ଜନ୍ମମାଟି ଏବଂ ସାରା ରାଜ୍ୟ ପାଇଁ ଏକ ଗୌରବର ମୂହୁର୍ତ୍ତ ସୃଷ୍ଟି କରିପାରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×