ଭୁବନେଶ୍ୱର ଏମ୍ସରେ ଉପଲବ୍ଧ ମିଲେଟରୁ ପ୍ରସ୍ତୁତ ଖାଦ୍ୟ

0

ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।

nano urea

ଏହି ଉପକ୍ରମରେ ଓଡ଼ିଶା ମିଲେଟ ମିଶନ ଓ ଏମ୍ସର ସହଯୋଗରେ ଏକ ତିନିଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ସହ ଏମ୍ସ ପରିସରରେ ଦୁଇଟି ମିଲେଟ କାଫେ ଖୋଲାଯାଇ ମାଣ୍ଡିଆର ସ୍ୱାସ୍ଥ୍ୟ ଉପଯୋଗିତା ତଥା ବହୁମୁଖୀ ଗୁଣବତ୍ତା ବିଷୟରେ ଆଲୋଚନା ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ , ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ଼ ଆଶୁତୋଷ ବିଶ୍ୱାସ ଉଦଘାଟନ କରିଥିଲେ । ସାଧାରଣତଃ ଚାଉଳ ଓ ଗହମ ତୁଳନାରେ ମାଣ୍ଡିଆରେ ୩ ରୁ ୫ ଗୁଣ ଅଧିକ ପୋଷକ ତତ୍ତ୍ୱ ରହିଥାଏ । କ୍ୟାଲସିୟମ,ଗ୍ଲାଇସେମିକ ଇଣ୍ଡେକ୍ସ କମ ତଥା ଗ୍ଲୁଟେନ ଫ୍ରି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକୃତ ହୋଇଥାଏ । ତେବେ ଏହି ମିଲେଟ କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପଲବ୍ଧ ।

Leave A Reply

Your email address will not be published.

three + fourteen =