ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରୁଛି ଓଡ଼ିଶା ମିଲେଟ୍ସ ମିଶନ

ମିଲେଟ୍ କୁ ରାଜ୍ୟରେ ଆହୁରି ଲୋକପ୍ରିୟ କରିବା ସହ ଏହାକୁ ସମସ୍ତଙ୍କ ଥାଳିରେ ସ୍ଥାନ ଦେବାକୁ ମିଶନ ମୋଡ଼ରେ କାମ କରୁଛି ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେଉଁଥିରେ ଉନ୍ନତ ପ୍ରଣାଳୀରେ ଚାଷଠାରୁ ଆରମ୍ଭ କରି ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଯାହାଦ୍ୱାରା ଆଜି ମହିଳାମାନେ ପୁଷ୍ଟିଶସ୍ୟ ଚାଷ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିପାରିଛନ୍ତି।

ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଚିହ୍ନିତ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ। ଏହା ଜଣାଶୁଣା ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ। ଏହିପରି, ମହିଳାମାନଙ୍କୁ ସ୍ୱାଧୀନ ଭାବରେ ରୋଜଗାର ଏବଂ ଆୟ ପାଇବାକୁ ସକ୍ଷମ କରି ଅର୍ଥନୈତିକ ସ୍ବାଧୀନତା ହାସଲ କରିବାରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ତେଣୁ ମହିଳାଙ୍କୁ ସ୍ବାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଓଡ଼ିଶା ମିଲେଟ୍ସ ମିଶନର ମୂଳ ଲକ୍ଷ୍ୟ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×