ଇଂଲଣ୍ଡ ରେ ପହଞ୍ଚିଲା ଓଡିଶା ଆମ୍ବ

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳରୁ ଇଂଲଣ୍ଡକୁ ୫ ମେଟ୍ରିକ୍ ଟନ୍ ପ୍ରିମିୟମ୍ ଆମ୍ରପଲ୍ଲୀ ଆମ୍ବ ରପ୍ତାନି କରିବାକୁ ଘୋଷଣା କରିଛନ୍ତି। ଯାହାକି ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ବିବେଚନା କରାଯାଇଛି। ଚଳିତ ବର୍ଷ ଓଡିଶାର ଢେଙ୍କାନାଳ ଜିଲ୍ଲାରେ ୭,୦୦୦ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦିତ ହୋଇଛି। ବିଶେଷ ଭାବରେ ସୂଚନାଯୋଗ୍ୟ ଯେ ଢେଙ୍କାନାଳ ସଦର ବ୍ଲକ ମଧ୍ୟରେ ଥିବା ସପ୍ଟେଶ୍ୱର ଅଞ୍ଚଳ, ଯେଉଁଠାରେ ବହୁ କୃଷକ ଆମ୍ରପଲ୍ଲୀ ଏବଂ ଦଶେରି ଆମ୍ବ ସମେତ 20 ଟନରୁ ଅଧିକ ମିଠା କିସମର ଆମ୍ବ ସଫଳତାର ସହ ଅମଳ କରିଛନ୍ତି।

ଦିନକୁ ଦିନ ରାଜ୍ୟ କୃଷି କ୍ଷେତ୍ରରେ ଅଗ୍ରଗତି ହେବାରେ ଲାଗିଛି। ଢ଼େଙ୍କାନାଳରୁ ଇଂଲଣ୍ଡକୁ ଆମ୍ବ ରପ୍ତାନି ଆମ କୃଷକଙ୍କ ଅକ୍ଲାନ୍ତ ଉତ୍ସର୍ଗୀକୃତତା ଏବଂ ଆମର କୃଷି ପଦକ୍ଷେପ ପଛରେ ଦୂରଦୃଷ୍ଟି ସମ୍ପନ୍ନ ପ୍ରଦର୍ଶନକୁ ଦର୍ଶାଉଛି। ଏହିପରି ସଫଳତା ମିଳିତ ଭାବରେ, ଆମେ ଏକ ନୂତନ ଅଧ୍ୟାୟ ଲେଖୁଛନ୍ତି,ଯେଉଁଠାରେ ପ୍ରତ୍ୟେକ ଅମଳ ଓଡିଶାର ଉତ୍କର୍ଷର ସ୍ୱାଦକୁ ବିଶେଷ ଭାବେ ବହନ କରିପାରିଛି। ସାମ୍ପ୍ରତିକ ରିପୋର୍ଟ ହିସାବରେ କେବଳ ଆମ୍ବ ନୁହଁ ବରଂ ପିଜୁଳି ଭଳି ପରି ଅନ୍ୟ ଫଳଗୁଡିକର ସଫଳ ରପ୍ତାନି ମଧ୍ୟ କରାଯାଉଛି। ଯାହାକି ଢେଙ୍କାନାଳରୁ ଲଣ୍ଡନ ଏବଂ ଆୟର୍ଲାଣ୍ଡକୁ ଭଳି ବାହାର ଦେଶକୁ ରପ୍ତାନି କରାଯାଇ ଜିଲ୍ଲାର ଉଦୀୟମାନ ପରିଚୟକୁ ଦୃଷ୍ଟିପାତ କରିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×