ମିଲେଟ ଚାଷୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ନିଆରା ପ୍ରୟାସ

ମିଲେଟ ଚାଷୀଙ୍କୁ ଆୟରେ ଉନ୍ନତି ଓ ଜୀବିକା ସହାୟତା ଯୋଗାଇବା ପାଇଁ ଓଡିଶା ୨୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛି । ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଗତ ୯ ଓ ୧୦ ରେ ହୋଇଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ମିଲେଟ ଚାଷୀଙ୍କୁ ଆୟ ଏବଂ ଜୀବିକା ସହାୟତା ଯୋଗାଇବା ପାଇଁ ୨୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛନ୍ତି। ପୁରାତନ ପୁଷ୍ଟିଶସ୍ୟ କୁ ପୁନର୍ଜୀବିତ କରିବା ଉପରେ ରାଜ୍ୟ ସରକାର ୨୦୧୭ ରେ ଓଡିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ମିଲେଟ୍ ବିପ୍ଲବର ମଙ୍ଗ ସାଜି ଓଡ଼ିଶା ମିଲେଟ ମିଶନ ଆଜି ସଫଳତାର ଗାଥା ଗାଉଛି।

ସର୍ବନିମ୍ନ ସହାୟତା ମୂଲ୍ୟରେ ମିଲେଟ କିଣିବା ପାଇଁ ଓଡିଶା ଏକ କ୍ରୟ ବ୍ୟବସ୍ଥା ଆରମ୍ଭ କରିଛି । ୨୦୧୮-୧୯ ମସିହାରେ ପ୍ରାୟ ୧୭,୦୦୦ କ୍ୱିଣ୍ଟାଲ କ୍ରୟରୁ ଏହା ବର୍ତ୍ତମାନ ଚାରି ବର୍ଷ ମଧ୍ୟରେ ୬ ଲକ୍ଷ କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି | ଜନସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ମିଲେଟ ଅନ୍ତର୍ଭୁକ୍ତ ହେବ । ସେମାନଙ୍କ ଖାଦ୍ୟରେ ମିଲେଟ ଭିତ୍ତିକ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ବିଦ୍ୟାଳୟ, ଡାକ୍ତରଖାନା, ସ୍ୱାସ୍ଥ୍ୟ କେନ୍ଦ୍ର, ହୋଟେଲ ସହିତ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି କ୍ରୀଡା ହଷ୍ଟେଲ ଖାଇବାରେ ମଧ୍ୟ ମିଲେଟ ବ୍ୟବହାର କରାଯିବ ବୋଲି କୁହାଯାଇଛି । ଏହିପରି ଭାବେ ଚାଷୀ ଏବଂ ଚାଷ ର ଉନ୍ନତ ଭବିଷ୍ୟତ ଓ ଆର୍ଥିକ କ୍ଷେତ୍ରରେ ସହଯୋଗ କରିବା ଉଦ୍ଦେଶ୍ୟ ରେ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ।

ଆଦିବାସୀ ସମ୍ପ୍ରଦାୟର ଜୀବିକା ତଥା ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେଇ ମିଲେଟ ମିଶନ କାର୍ଯ୍ୟକ୍ଷମ କରିବାରେ ଓଡିଶା ଅଗ୍ରଣୀ ଅଟେ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ମିଲେଟରେ ଉତ୍କର୍ଷର କେନ୍ଦ୍ରରେ ପରିଣତ କରିବା ତଥା ଓଡିଶାବାସୀଙ୍କ ଆର୍ଥିକ ଅଭିବୃଦ୍ଧି, କଲ୍ୟାଣ ତଥା ସ୍ୱାସ୍ଥ୍ୟରେ ସହଯୋଗ କରିବା । ସେଥିପାଇଁ ସେ ତାଙ୍କର ସମସ୍ତ ଉଦ୍ଦେଶ୍ୟ ଜାରି ରଖିଛନ୍ତି । କେନ୍ଦ୍ର କୃଷି ସଚିବ ମନୋଜ ଅହୁଜା କହିଛନ୍ତି ଯେ ଓଡିଶା ମିଲେଟ ମିଶନ କେବଳ ଓଡିଶା ଏବଂ ଭାରତରେ ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×