ଓଡ଼ିଶାର ଜୈବିକ ଚାଷକୁ ସରକାରଙ୍କ ପ୍ରାଥମିକତା

ଓଡ଼ିଶାର ଚାଷ ଲୋକପ୍ରିୟ ହେବା ସହ ଚାଷ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଓଡ଼ିଶାର କିଛି ଜିଲ୍ଲାରେ ଜୈବିକ ଚାଷ ମଧ୍ୟ କରାଯାଉଛି। ଅନୁସୂଚିତ ଜନଜାତି ତଥା କୋରାପୁଟ, ମାଲକାନଗିରି ଭାରି କିଛି ଜିଲ୍ଲାର ଚାଷୀ ମାନେ ସମ୍ପୂର୍ଣ ଭାବେ ଜୈବିକ ଚାଷ କରିବାରେ ଲିପ୍ତ ରହୁଛନ୍ତି। ଜୈବିକ ଚାଷ ସହ ଉତ୍ପାଦନ ଭଲ ହେଉଥିବାରୁ ପନିପରିବା ଏବଂ ଫଳ ଦେଶ ବାହାରକୁ ମଧ୍ୟ ରପ୍ତାନି କରାଯାଉଛି, ଯାହାକି ଓଡ଼ିଶାର ଗର୍ବ ଏବଂ ଗୌରବ ସାଜିଛି। କିଛି ଜିଲ୍ଲା ନୁହଁ ଯଥା ସମ୍ଭବ ସମସ୍ତ ଜିଲ୍ଲାମାନଙ୍କରେ ଜୈବିକ ଚାଷ କରିବା ଉପରେ ସରକାର ଗୁରୁତ୍ଵ ଦେବାରେ ଲାଗିଛନ୍ତି।

କିପରି ଚାଷୀମାନେ ଜୈବିକ ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମାଟିକୁ ସମ୍ପୁର୍ଣ୍ଣ ଭାବେ ପରୀକ୍ଷା କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ବର୍ଷକୁ ବର୍ଷ ଜୈବିକ ଚାଷର ଧାରା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଜୈବିକ କୃଷି ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସାଧାରଣ ଲୋକମାନେ ମହାମାରୀରେ ମଧ୍ୟ ସମ୍ମୁଖୀନ ହେବେ ନାହିଁ, ତେଣୁ ଏହାକୁ ରାଜ୍ୟ ସରକାର ଏବଂ କୃଷିମନ୍ତ୍ରୀ ପ୍ରାଥମିକତା ଦେବାରେ ଲାଗିଛନ୍ତି। ଓଡ଼ିଶାର କୃଷି ଦେଶ ଏବଂ ଦେଶ ବାହାରେ ଲୋକହେବାରେ ଲାଗିଛି, ତେଣୁ କୃଷି ଏବଂ କୃଷକ ସଶକ୍ତିକରଣକୁ ଅଧିକ ଗୁରୁତ୍ଵ ଦିଆଯିବା ଆବଶ୍ୟକ, ଯାହାକି ଭବିଷ୍ୟତରେ ବିଶ୍ଵ ଇତିହାସରେ କୃଷିକୁ ନେଇ ଓଡ଼ିଶା ପ୍ରଥମ ସ୍ଥାନ ମଧ୍ୟ ହାସଲ କରିପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×