ଡାଲି ଓ ତୈଳବୀଜ ଉତ୍ପାଦନରେ ସମୃଦ୍ଧ ହେବ ଓଡ଼ିଶା

ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନାମାନ ପ୍ରଣୟନ କରିଛନ୍ତି। ଏହିକ୍ରମରେ ଚଳିତ ରବି ଋତୁରେ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

କୃଷି ବିଭାଗର ତଥ୍ୟ ଅନୁଯାୟୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ଦେଶର ସର୍ବବୃହତ୍‌‌ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ୪ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହାତକୁ ନେଇଛି କୃଷି ବିଭାଗ। ଏହାଦ୍ୱାରା ଡାଲି ଓ ତୈଳବୀଜ ଉତ୍ପାଦନରେ ଓଡ଼ିଶା ସମୃଦ୍ଧ ହେବାର ଆଶା କରାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମି ରହିଛି। ଚଳିତ ରବି ଋତୁରେ ପ୍ରାୟ ୪ ଲକ୍ଷ ହେକ୍ଟର ଚାଷଜମିରେ ଶସ୍ୟ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୈବିକ ଉପାୟରେ କୃଷିକୁ ଗୁରୁତ୍ୱ ପ୍ରଦାନ ସହ କୃଷି ଯନ୍ତ୍ରପାତିର ଅଧିକରୁ ଅଧିକ ପ୍ରୟୋଗ ପାଇଁ କୃଷି ବିଭାଗ ପଦକ୍ଷେପ ନେଉଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×