ଓଡ଼ିଶା ବଜେଟ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କ ପାଇଁ ଅନେକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହି ବଜେଟ ତାଙ୍କର ପ୍ରଥମ ବଜେଟ ରହିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ଗରିବ, ମହିଳା, କୃଷକ ଓ ଯୁବପିଢି ପାଇଁ ଅନେକ ଗୁରୁତ୍ଵ ପ୍ରଦାନ କରିବା ପାଇଁ ସଂକଳ୍ପ ନେଇଛନ୍ତି। ସେ ତାଙ୍କ ମୁଖ୍ୟମନ୍ତ୍ରୀ ହିସାବରେ ପ୍ରଥମ ବଜେଟ ଘୋଷଣା କରିବାକୁ ନେଇ ଅନେକ ଆନନ୍ଦ ପ୍ରକାଶ କରିଛନ୍ତି। ମାନ୍ୟବର ମୋହନ ଚରଣ ମାଝି ଏହି ବଜେଟରେ ଚାଷୀଙ୍କୁ ଧାନର MSP ମୂଲ୍ୟ ବୃଦ୍ଧି କରି ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି।

ରାଜ୍ୟରେ ଅଧିକାଂଶ ଚାଷୀମାନେ ଧାନ ଚାଷ କରୁଛନ୍ତି, କିନ୍ତୁ ସେମାନେ ଧାନର ଉଚିତ୍ ମୂଲ୍ୟ ପାଉନଥିବାରୁ ଅନେକ ଚାଷୀ ଧାନ ଚାଷ କରିବା ପାଇଁ ମନ ବଳାଉନହନ୍ତି। ତେଣୁ ରାଜ୍ୟରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ରାଜ୍ୟ ସରକାର ଚଳିତ ବଜେଟରେ ଧାର୍ଯ୍ୟ କରିଛନ୍ତି। ଏହାଦ୍ବାରା ରାଜ୍ୟର ସମସ୍ତ ଚାଷୀ ଉପକୃତ ହୋଇପାରିବେ। ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟରେ କେତେକ ନୂଆ ଯୋଜନା ସାମିଲ ହୋଇଥିବାରୁ ବଜେଟର ପରିମାଣ ବୃଦ୍ଧି ହୋଇଛି। ଚଳିତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହାକୁ ନେଇ ସମସ୍ତେ ଆନନ୍ଦ ପ୍ରକାଶ କରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×