ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ କୀଟନାଶକ ପରିମାଣ ସମ୍ପର୍କିତ ଖବର ମିଛ

ଭାରତରେ କୀଟନାଶକ ନିୟନ୍ତ୍ରଣ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅଧୀନରେ ଅଛି, ଯାହା କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ କମିଟି ମାଧ୍ୟମରେ କାର୍ଯ୍ୟ କରେ। ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ। ବିଭିନ୍ନ ଦେଶ ଭାରତୀୟ ମସଲା ଉପରେ ଲଗାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି ଯେ ଏହା ହଳଦୀ ଏବଂ ମସଲାରେ ଅଧିକ କୀଟନାଶକ ଅବସ୍ଥିତିକୁ ଅନୁମତି ଦେଇଛି। ରବିବାର ବିଭାଗ ପକ୍ଷରୁ ଏହି ରିପୋର୍ଟଗୁଡିକୁ “ମିଥ୍ୟା ଏବଂ ଭ୍ରମାତ୍ମକ” ବୋଲି କୁହାଯାଇଛି।

ଦେଶରେ ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ ହେଉଥିବା କୀଟନାଶକ ବ୍ୟବହାର ନେଇ ସବୁଠାରୁ କଠୋର ମାନଦଣ୍ଡ ରହିଛି ଏବଂ କୀଟନାଶକର ନକାରାତ୍ମକ ପ୍ରଭାବ ଆଧାରରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପାଇଁ ଏହାର ପ୍ରୟୋଗ ପରିମାଣ ଭିନ୍ନ ଭିନ୍ନ ଭାବରେ ସ୍ଥିର କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଏ ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ – ଏଫଏସଏସଏଆଇ ଔଷଧ ଏବଂ ମସଲାରେ ୧୦ ଗୁଣ ଅଧିକ କୀଟନାଶକ ବ୍ୟବହାର ଅନୁମତି ଦେଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ମିଥ୍ୟା ବୋଲି କହିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×