ପୁନର୍ବାର ଆରମ୍ଭ ହେବ ନୟାଗଡ଼ ଚିନି କାରଖାନା

ବର୍ଷ ବର୍ଷ ଧରି ବନ୍ଦ ଥିବା ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗଠନ ହୋଇଛି ଏକ ଉଚ୍ଚସ୍ତରୀୟ କମିଟି। ଖୁବଶୀଘ୍ର ବନ୍ଦ ଚିନିକଳ ଖୋଲିବ ଓ ଚାଷୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିବ। ମାନ୍ୟବର ସମ୍ବିତ ପାତ୍ର ନିର୍ବାଚନ ସମୟରେ ବନ୍ଦ ହୋଇ ପଡ଼ିଥିବା ପୁରୀ ଜିଲ୍ଲାର ଚିନି କାରଖାନା ପୁନର୍ବାର ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଆରମ୍ଭ ହେବା ଦ୍ଵାରା ନୟାଗଡ଼ ଅଞ୍ଚଳର କୃଷକ ଭାଇଙ୍କ କଲ୍ୟାଣ ପାଇଁ ସାହାଯ୍ୟକାରି ହେବ ବୋଲି ସେ କହିଛନ୍ତି। ସେ ପୁରୀ ଲୋକସଭା ପାଇଁ ସମ୍ପୁର୍ଣ୍ଣ ଭାବେ ସମର୍ପିତ ବୋଲି ଶପଥ କରିଛନ୍ତି।

ଏସବୁର ଆଲୋଚନା ଏବଂ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ଜିଲ୍ଲାପାଳ ଏବଂ ଉଚ୍ଚ ପଦାଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ବନ୍ଦ ପଡ଼ିଥିବା ନୟାଗଡ଼ ଚିନି କାରଖାନା ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି କାରଖାନା ଆରମ୍ଭ ହେବା ପରେ ସେହି ଅଞ୍ଚଳର ସମସ୍ତ ଆଖୁ ଚାଷୀ ଉପକୃତ ହେବା ସହ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ହଜାର ହଜାର ଲୋକଙ୍କ ପାଇଁ ରୋଜଗାର ପନ୍ଥା ପାଲଟିବା ବୋଲି ଆଶା ରଖାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×