ପ୍ରକୃତି ପ୍ରେମୀ ଶ୍ରୀନିବାସ ଓ ପଦ୍ମିନୀ

0

ସାମାଜିକ ପ୍ରାଣୀ ହୋଇ ଗଛ କୁ ଭଲପାଇବା ଏକ ନିଆରା ଅନୁଭୂତି। ଗଛ ଆଉ ମଣିଷର ସମ୍ପର୍କ ଆଜି ବି ଦେଖିବାକୁ ମିଳେ। ଏମିତି ଏକ ଦମ୍ପତ୍ତି ଶ୍ରୀନିବାସ ଓ ପଦ୍ମିନୀ। ଗଛ ଲଗାଇବାକୁ ନିଜର ଧର୍ମ ବୋଲି ମାନିନେଇଛନ୍ତି ଶ୍ରୀନିବାସ ଜେନା।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଶ୍ରୀନିବାସ ଯେଉଁଦିନ ଜୁନ ପାଞ୍ଚ ତାରିଖ ଦିନ ଜନ୍ମଗ୍ରହଣ କରିଛନ୍ତି ସେଇ ଦିନ ହେଉଛି ବିଶ୍ୱ ପରିବେଶ ଦିବସ।ନିଜର ଜନ୍ମଦିନକୁ ଆହୁରି ସ୍ମରଣୀୟ କରିବା ଲାଗି ନିଜକୁ ଜଣେ ପ୍ରକୃତି ପ୍ରେମୀ ଭାବରେ ଗଢି ତୋଳିଛନ୍ତି ଶ୍ରୀନିବାସ ଜେନା।୨୦୦୩ ମସିହାରୁ ବୃକ୍ଷରୋପଣ କରିବା ନିଜର ଏକ ନିତିଦିନିଆ ଅଭ୍ୟାସରେ ପରିଣତ କରିଛନ୍ତି ଶ୍ରୀନିବାସ ଜେନା।ନିଜ ପଂଚାୟତ ରୁ ଆରମ୍ଭ କରି ନିଜ ଜିଲ୍ଲା ଏବଂ ଜିଲ୍ଲା ବାହାରେ ମଧ୍ୟ ଲକ୍ଷାଧିକ ବୃକ୍ଷରୋପଣ କରି ପ୍ରକୃତିର ରାଜା ପାଲଟିଯାଇଛନ୍ତି ଶ୍ରୀନିବାସ ଜେନା।

ନିଜ ଜିଲାରେ ଟ୍ରି-ମ୍ୟାନ ଭାବରେ ପରିଚିତ ଶ୍ରୀନିବାସ ଆଜି ୫୭ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଥକିଯାଇନାହାନ୍ତି କିମ୍ବା ହାରିଯାଇନାହାନ୍ତି।ବୃକ୍ଷ ହିଁ ଜୀବନ, ଗୋଟିଏ ଗଛ ତିଆରି କରିବା ଗୋଟିଏ ମଣିଷ ତିଆରି କରିବା ସହ ସମାନ ବୋଲି କହିଛନ୍ତି ଶ୍ରୀନିବାସ ଜେନା।ଗଛ ସୃଷ୍ଟି କରିବାକୁ ସେ ଯୁବ ପିଢୀକୁ ଆହ୍ୱାନ ଦେଇଛନ୍ତି।ଓଡିଶାର ଚାରି କୋଟି ଲୋକଙ୍କୁ ବାର୍ତ୍ତା ପ୍ରଦାନ କରି ଶ୍ରୀନିବାସ କହିଛନ୍ତି ପ୍ରତେକ ଲୋକ ନିଶ୍ଚିତ ତାର ଜୀବନ କାଳ ଭିତରେ ଅତି ବେଶୀରେ ଦଶଟି ଗଛ ଲଗାଇବା ଦରକାର।ଗଛ ସୃଷ୍ଟି ହେଲେ ପାଣିର ଅଭାବ ରହିବ ନାହିଁ କିମ୍ବା ଅକ୍ସିଜେନର ଅଭାବ ମଧ୍ୟ ଦୂର ହେଇ ପାରିବ ବୋଲି ମତାମତ ଦେଇଛନ୍ତି ଶ୍ରୀନିବାସ ଜେନା।ଗଛର ସୁରକ୍ଷା ହେଇପାରିଲେ ମଣିଷର ସୁରକ୍ଷା ମଧ୍ୟ ହେଇପାରିବ ବୋଲି କହିଛନ୍ତି ଶ୍ରୀନିବାସ ଜେନା।

nano urea

ଦୀର୍ଘ ଅଠର ବର୍ଷ ଭିତରେ ପ୍ରାୟ ଦଶ ଲକ୍ଷରୁ ଅଧିକ ଗଛ ଲଗାଇ ନିଜ ପାଇଁ ଏବଂ ଯାଜପୁର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ଶ୍ରୀନିବାସ ଜେନା।ବୃକ୍ଷରୋପଣ କରି ଓଡ଼ିଶାର ଯୁବପୀଢ଼ିଙ୍କ ପାଖରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀନିବାସ ଜେନା।ଶ୍ରୀନିବାସଙ୍କଧର୍ମପତ୍ନୀ ପଦ୍ମିନୀ ଜେନା ମଧ୍ୟ ପ୍ରକୃତି ପ୍ରେମରେ ପଡିଯାଇଛନ୍ତି।ପ୍ରତେକ ଦିନ ଶ୍ରୀମତୀ ପଦ୍ମିନୀ ଜେନା ଗାଧୋଇ ସାରି ଚଉଁରା ମୂଳରେ ପୂଜା କରିବା ସହିତ ଗଛର ପୂଜା ମଧ୍ୟ କରିଥାନ୍ତି ନିଜ ସ୍ୱାମୀଙ୍କ ପଥରେ ଅନୁପ୍ରାଣିତ ହୋଇ ପଦ୍ମିନୀ ଜେନା ମଧ୍ୟ ଅନେକ ବୃକ୍ଷରୋପଣ କରିଛନ୍ତି।ଶ୍ରୀନିବାସ ଜେନା ଏବଂ ପତ୍ନୀ ପଦ୍ମିନୀ ଜେନାଙ୍କର ଏଭଳି ମହତ କାର୍ଯ୍ୟ ଲାଗି ବିଧାୟକ ପ୍ରଣବ ବଳବନ୍ତରାଏ ମଧ୍ୟ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ବହୁତ ପ୍ରଶଂସା କରିଛନ୍ତି ।ଏବେ ଶ୍ରୀନିବାସ ଜେନା ଯେଉଁଆଡ଼େ ବୃକ୍ଷରୋପଣ କରିବାକୁ ଯାଉଛନ୍ତି ସାଙ୍ଗରେ ନିଜ ଧର୍ମପତ୍ନୀ ଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି।ଶ୍ରୀଯୁକ୍ତ ଶ୍ରୀନିବାସ ଜେନାଙ୍କର ବୃକ୍ଷରୋପଣ କରିବା ଏକ ନିଶା ପଲଟିଯାଇଛି।ଏହା ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି।ଶ୍ରୀଯୁକ୍ତ ଜେନା କହିଛନ୍ତି ଓଡ଼ିଶାର ଯେକୌଣସି ଜାଗାରେ ଯିଏ ଗଛ ଲଗାଇବାକୁ ଚାଂହୁଥିବେ ସେ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି ଶ୍ରୀନିବାସ ଜେନା ।ଗଛ ମୋର ବନ୍ଧୁ ବୋଲି କହିଛନ୍ତି ଶ୍ରୀନିବାସ ଜେନା।ଶ୍ରୀଯୁକ୍ତ ଜେନା କହିଛନ୍ତି ତାଙ୍କ ଧର୍ମପତ୍ନୀ ପଦ୍ମିନୀ ଜେନାଙ୍କ ସହଯୋଗ ଦ୍ୱାରା ସେ ଏସବୁ କରି ପାରୁଛନ୍ତି।ବୃକ୍ଷପ୍ରେମରେ ପଡିଥିବା ଶ୍ରୀନିବାସ ଜେନାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ବର୍ଦ୍ଧନା।ବିଭିନ୍ନ ସାମାଜିକ ଅନୁଷ୍ଠାନ ଆଉ ଜିଲ୍ଲା ସ୍ତରରେ ଜଣେ ପ୍ରକୃତି ପ୍ରେମୀଭାବରେ ପୁରସ୍କୃତ ହେଇଛନ୍ତି ଶ୍ରୀନିବାସ ଜେନା।ପୁରସ୍କାର ଆଉ ସମ୍ବର୍ଦ୍ଧନା ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଆଉ ଉତ୍ସାହିତ ଦେଇଛି ବୋଲି କହିଛନ୍ତି ଶ୍ରୀନିବାସ ଜେନା। ନିଜର ପିଲାଦିନ ବହୁତ ଦୁଃଖରେ କାଟିଥିବା ଶ୍ରୀନିବାସ ଜେନା ଆଜି ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।ଗଛ ଲାଗିବାରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ସମାଜସେବାରେ ମଧ୍ୟ ବହୁତ କାର୍ଯ୍ୟ କରୁଛନ୍ତି ଶ୍ରୀନିବାସ ଜେନା।ରାଜନୀତିରେ କୌଣସି ପଦ ପଦବୀରେ ନ ଥାଇ ମଧ୍ୟ ଗାଁ ର ଗରିବ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି ଶ୍ରୀନିବାସ ଜେନା।ଏହାଛଡା ଶ୍ରୀନିବାସ ଜେନା ଧର୍ମଶାଳା ବ୍ଲକର ଅନେକ ପଂଚାୟତରେ ପାନୀୟ ବ୍ୟବସ୍ଥାର ସୁବିଧା ଲାଗି ନଳକୂପ ତିଆରି କରିଛନ୍ତି।

ଶ୍ରୀନିବାସ ଜେନା କେବଳ ଯାଜପୁର ଜିଲ୍ଲାରେ ନୁହେଁ ବରଂ ପୁରା ଓଡ଼ିଶାରେ ସୃଷ୍ଟି କରିଛନ୍ତି ଉଦାହରଣ।ଚଳିତ ବର୍ଷ ଶ୍ରୀଯୁକ୍ତ ଶ୍ରୀନିବାସ ଜେନା ଆଉ ପତ୍ନୀ ପଦ୍ମିନୀ ଜେନା ପ୍ରାୟ ପଚିଶହଜ଼ାର ବୃକ୍ଷରୋପଣ କରିବାକୁ ଲକ୍ଷ ରଖିଛନ୍ତି।ଉଭୟ ସ୍ୱାମୀ ସ୍ତ୍ରୀ ସମସ୍ତ ଯୁବପୀଢ଼ିଙ୍କୁ ନିଜର ଜନ୍ମଦିନରେ ଅତି ବେଶୀରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି।ପ୍ରତେକ ସ୍ୱାମୀ ସ୍ତ୍ରୀ ଙ୍କୁ ମଧ୍ୟ ଶ୍ରୀନିବାସ ଜେନା ଆଉ ପଦ୍ମିନୀ ଜେନା କହିଛନ୍ତି ଯେଉଁମାନେ ବିବାହ ବାର୍ଷିକ ପାଳନ କରୁଛନ୍ତି ସେଇଦିନ ମଧ୍ୟ ଯଦି ଗୋଟିଏ ଗଛ ସୃଷ୍ଟି କରି ପାରନ୍ତେ ତେବେ ତାଙ୍କ ଦାମ୍ପତ୍ୟ ଜୀବନ ଆହୁରି ଖୁସିରେ କଟିପାରନ୍ତା।ବୃକ୍ଷ ଆମର ଜୀବନ ଆଉ ବୃକ୍ଷ ବଞ୍ଚାଇବା ଦାଇତ୍ୱ ଆମର ବୋଲି କହିଛନ୍ତି ଶ୍ରୀମତୀ ପଦ୍ମିନୀ ଜେନା।ଶ୍ରୀମତୀ ପଦ୍ମିନୀ ଜେନା ଆହୁରି କହିଛନ୍ତି ପ୍ରତେକ ସ୍ୱାମୀ ସ୍ତ୍ରୀ ଯେମିତି ଗୋଟିଏ ପୁଅ ଝିଅପାଇଁ ଯେମିତି ଦାଇତ୍ୱ ନେଉଛନ୍ତି ଠିକ ସେମିତି ଯଦି ଗୋଟିଏ ଗୋଟିଏ ଗଛ ସୃଷ୍ଟି କରିବାର ଦାଇତ୍ୱ ନେଇ ପାରିବା ତେବେ ଆମ ପ୍ରକୃତିର ସୁରକ୍ଷା ହେଇପାରିବ।ବୃକ୍ଷରୋପଣ କରିବା ଦ୍ୱାରା ପ୍ରତେକ ବର୍ଷ ବର୍ଷାର ଅଭାବ ଆଉ ଅନେକ ପ୍ରାକୃତିକ ଦୁର୍ବିପାକରୁ ଆମ ସମାଜକୁ ରକ୍ଷା କରି ପାରିବା ବୋଲି କହିଛନ୍ତି ଶ୍ରୀନିବାସ ଜେନା।ପରିବେଶ ଆମର ଏବଂ ଏହାର ଦାଇତ୍ୱ ସରକାର ଉପରେ ନ ଛାଡି ପ୍ରତେକ ବ୍ୟକ୍ତି ନିଜ ଉପରେ ନେବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରକୃତିପ୍ରେମୀ ଆଉ ପରିବେଶବିତ ଶ୍ରୀଯୁକ୍ତ ଶ୍ରୀନିବାସ ଜେନା।ଜୀବନରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଭୟ ସ୍ୱାମୀ ସ୍ତ୍ରୀ ବୃକ୍ଷରୋପଣ କରୁଥିବେ ବୋଲି କହିଛନ୍ତି ଶ୍ରୀନିବାସ ଜେନା ଆଉ ପଦ୍ମିନୀ ଜେନା।ବର୍ତ୍ତମାନ ପର୍ଯ୍ୟନ୍ତ ଯାଜପୁର ବ୍ୟତୀତ, ବାଲେଶ୍ଵର, ଆଠଗଡ଼, ଭଦ୍ରକ ଆଉ ଜଗତସିଂହପୁରର କିଛି ଜାଗାରେ ବୃକ୍ଷରୋପଣ କରି ସାରିଛନ୍ତି।ନିଜର ଅବସର ସମୟରେ ଶ୍ରୀନିବାସ ବିଭିନ୍ନ ବୃକ୍ଷ ଉପରେ ଆଧାରିତ ଲେଖା ମଧ୍ୟ ପଢ଼ିଥାନ୍ତି।ଗ୍ରାମାଞ୍ଚଳରେ ଆୟୋଜିତ ହେଉଥିବା ଖେଳାଳି ଯୁବକ ଯୁବକ ମାନଙ୍କୁ ମଧ୍ୟ ଅନେକ ସମୟରେ ବୃକ୍ଷ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥାନ୍ତି ଶ୍ରୀନିବାସ ଜେନା।ଶ୍ରୀନିବାସ ଜେନା କୁହନ୍ତି ଗଛ ମୋର ବନ୍ଧୁ ଆଉ ଜୀବନ ସାରା ଗଛ ସହିତ ସେ ଏମିତି ସମ୍ପର୍କ ରଖିବାକୁ ପ୍ରତିଜ୍ଞାବଦ୍ଧ

Leave A Reply

Your email address will not be published.

sixteen − ten =