ଜାତୀୟ ମତ୍ସ୍ୟ ଚାଷୀ ଦିବସ – କ’ଣ କୁହନ୍ତି ମତ୍ସ୍ୟ ବିଜ୍ଞାନୀ ଓ ମତ୍ସ୍ୟ ଚାଷୀ !!

0

ଏ ସମାଜର ମଙ୍ଗୁଆଳ – ଚାଷୀ । ସେ ପରିବା ଚାଷ ରେ , ସେ ଫୁଲ ଚାଷ କରେ ଆଉ ସେ ବି ମାଛ ଚାଷ କରେ । ମତ୍ସ୍ୟ ସମ୍ପଦ ଓଡ଼ିଶାର ଏକ ପ୍ରମୁଖ ଆଧାର । ଏହି ସମ୍ପଦର ବିକାଶ ଏବେ ଓଡ଼ିଶାର ଅର୍ଥନୀତିରେ ବିକାଶରେ ପ୍ରମୁଖ ମଙ୍ଗ ସାଜିଛି । ଏଇ କିଛି ଦିନ ତଳେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଭାବେ ସମ୍‌ମାନ ମଧ୍ୟ ମିଳିଛି । ବର୍ତ୍ତମାନର ଯୁବସମାଜ ମତ୍ସ୍ୟ ଚାଷକୁ ସମ୍ବଳ କରି ଉଦ୍ୟୋଗୀ ବି ହେଉଛନ୍ତି । ନିଜ ଗାଁରେ ପୋଖରୀ ଖୋଳି ମାଛ ଚାଷ କରି ନିଜେ ରୋଜଗାରକ୍ଷମ ବି ହୋଇପାରୁଛନ୍ତି । ବାୟୋଫ୍ଲକ ଏବେ ଯୁବପିଢ଼ୀଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଛି । ପ୍ରତିବର୍ଷ ଜୁଲାଇ ୧୦କୁ ବିଶ୍ୱ ମତ୍ସ୍ୟ ଚାଷୀ ଦିବସ ଭାବରେ ପାଳନ କରାଯାଏ । ଆସନ୍ତୁ ଜାଣିବା ଏ ଦିବସକୁ ନେଇ କ’ଣ କହୁଛନ୍ତି ମତ୍ସ୍ୟ ବୈଜ୍ଞାନିକ ଓ ମାଛ ଚାଷୀ …

• ମତ୍ସ୍ୟବିଜ୍ଞାନ ଏବଂ ସମଗ୍ର ବିଶ୍ୱର ମତ୍ସ୍ୟସଂସ୍ଥାନ ପାଇଁ ଜୁଲାଇ ମାସ ୧୦ ତାରିଖଟି ଏକ ପ୍ରଭାବୀ ତଥା ସଦା ସ୍ମରଣୀୟ ଦିବସ । ପ୍ରତ୍ୟେକ ବର୍ଷର ଏହି ଦିବସଟି ସ୍ମୃତି ଜାଗ୍ରତ କରେ ୧୯୫୭ ମସିହା ଉକ୍ତ ଦିବସର ଏକ ଯୁଗାନ୍ତକାରୀ ସଫଳତା ବିଷୟରେ । ତତ୍କାଳୀନ ସମୟର ସ୍ୱଳ୍ପ ବୈଷୟିକ ସୁବିଧା ସହ ନିଜର ଏକାଗ୍ର ଚେଷ୍ଟା ବଳରେ ଡ. ହିରାଲାଲ ଚୌଧୁରୀ ଏବଂ ତାଙ୍କର ସହକର୍ମୀ ଡ. ଆଲିକୁନହିଙ୍କର “କୃତ୍ରିମ ପ୍ରଜନନ” ରେ ଅଭୂତପୂର୍ବ ସଫଳତା ସମଗ୍ର ମତ୍ସ୍ୟବିଜ୍ଞାନ ପରିସରକୁ ସମୃଦ୍ଧ, ବିକଶିତ ଓ ବିସ୍ତାର କରିଥିଲା ଏବଂ ଆଜି ପର୍ଯ୍ୟନ୍ତବି ଋଦ୍ଧିମନ୍ତ ଓ ପ୍ରଗତିଶୀଳ କରିଆସୁଛି । ବିଶ୍ୱ କୃଷିପରିସର ଏବଂ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପରିବାର ପକ୍ଷରୁ ସେହି ମହାନ୍‌ ବୈଜ୍ଞାନିକଙ୍କ ପଦ ଯୁଗଳରେ ମୋର ନମନ । ସେହି ସ୍ମୃତିରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ୨୦୨୩ ମସିହା ଜୁଲାଇ ୧୦ ତାରିଖଟିକୁ ମଧ୍ୟ ସମଗ୍ର ମତ୍ସ୍ୟଦୁନିଆ “ଜାତୀୟ ମତ୍ସ୍ୟଚାଷୀ ଦିବସ” ରୂପେ ହର୍ଷ ଉଲ୍ଲାସରେ ପାଳନ କରିଛନ୍ତି । ଏହି ସଫଳ ଏବଂ ପବିତ୍ର ଦିବସରେ ସମସ୍ତ ପ୍ରକାର କୃଷି ଉଦ୍‌ୟୋଗୀ, ମତ୍ସ୍ୟଚାଷୀ, ମତ୍ସ୍ୟଜିବୀ, ସମସ୍ତ ପ୍ରକାର ମତ୍ସ୍ୟ ସଂସ୍ଥାନ ଓ ଅନୁଷ୍ଠାନ ସହ ଜଡ଼ିତ କର୍ମଚାରୀ ଏବଂ ଶ୍ୟାମଳ ସୁବର୍ଣ୍ଣର ସମସ୍ତ ପାଠକ ପାଠିକା ମାନଙ୍କୁ ମୋର ଶୁଭେଚ୍ଛା ଏବଂ ଆଗାମୀ କୃଷିକର୍ମ ପାଇଁ ଶୁଭକାମନା ।
ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ,ରାଜ୍ୟ ପ୍ରକଳ୍ପ ପରିଚାଳକ , ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା , ଓଡ଼ିଶା ସରକାର
• ମଧୁର ଜଳ ମାଛ ଚାଷ ଅଧିକ ରୁ ଅଧିକ ଆବଶ୍ୟକତା ରହିଛି ଏହାକୁ ବ୍ୟ ।ପକ କରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳ ର ଆବଶ୍ୟକ ଅଛି. ପ୍ରଥମେ ଜଳ ସଂରକ୍ଷଣ ହବାଦରକାର ଓ ଉନ୍ନତ ମାନର ମାଛ ବିହନ ଚାହିଦ ମୁତାବକ ଦାନା ର ଆବଶ୍ୟକ ତା ,ମାଛ ବିକ୍ରୀ ପାଇଁ ଆବଶ୍ୟକୀୟ ବ୍ୟବସ୍ତା କଲେ ଚାଷୀ ମାନେ ଉପକୃତ ହେବେ ।
ଦେବୀପ୍ରସାଦ ପତି , ସଦସ୍ୟ- ସିଫା , ମୋ -୮୬୫୮୭୧୪୫୩୫

nano urea

• ଆମ ରାଜ୍ୟ ତଥା ଦେଶର ସମସ୍ତ ମତ୍ସ୍ୟ ଚାଷୀ ମାନଙ୍କୁ, ଜାତୀୟ ମତ୍ସ୍ୟ ଚାଷୀ ଦିବସର ହାର୍‌ଦ୍ଦିକ ଶୁଭେଛା ଓ ଶୁଭକାମନା । ଆମ ମତ୍ସ୍ୟ ଚାଷୀ ଭାଇ ଓ ଭଉଣୀମାନେ ସେମାନଙ୍କ ନିରନ୍ତର ପରିଶ୍ରମ ଓ ପ୍ରଚେଷ୍ଟା ଏବଂ ସରକାରୀ ସହାୟତା ବଳରେ ଆମ ରାଜ୍ୟ କୁ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହେବାରେ ଅତି ନିକଟତର କରି ପାରିଛନ୍ତି । ଅତୀତରେ ୧୯୫୭ ମସିହା ଏହି ଦିନରେ ଆମ ଦେଶର ବୈଜ୍ଞାନିକ ଡ଼ା. ହୀରାଲାଲ ଚୌଧୁରୀ ଓ ଡ଼ା. କେ. ଏଚ. ଆଲିଖୁନି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ପ୍ରେରିତ ପ୍ରଜନନ ପ୍ରକ୍ରିୟା ଦ୍ୱାରା ମତ୍ସ୍ୟ ଯାଆଁଳ ଉତ୍ପାଦନ କରିପାରିଥିଲେ, ଯାହା ମତ୍ସ୍ୟ ଚାଷୀ ମାନଙ୍କ ଆବଶ୍ୟକ ଥିବା ଉନ୍ନତ ମାନର ମତ୍ସ୍ୟ ଯାଆଁଳର ଅଭାବ ପୂରଣ କରିପାରିଥିଲା । ତାଙ୍କର ଏହି ଯୁଗାନ୍ତକାରୀ କାର୍ଯ୍ୟ କୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ୧୦ ତାରିଖ କୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ରୂପେ ପାଳନ କରାଯାଇ ଆସୁଛି ।
ବିଶ୍ୱଜିତ ମହାନ୍ତି , ସହକାରୀ ମତ୍ସ୍ୟ ଅଧିକାରୀ
• ଜଣେ ମାଛ ଚାଷୀ ଭାବେ ମୁଁ ନିଜକୁ ଗର୍ବିତ ଅନୁଭବ କରେ । ନିଜର ସ୍ୱଳ୍ପ ଜମିରେ ବି ପୋଖରୀ ଖୋଳି ତିନି ବର୍ଷ ହେବ ମୁଁ ମାଛ ଚାଷ କରି ମୋ ପରିବାର ପ୍ରତିପୋଷଣ କରିପାରୁଛି । ଜଣେ ଉଦ୍ୟୋଗୀ ଭାବରେ ମୋତେ ରାଜ୍ୟ ସରାକରଙ୍କ ତରଫରୁ ସମ୍ମାନ ବି ମିଳିଛି । ଆଗକୁ ମୁଁ ବୈଜ୍ଞାନିକ ଜ୍ଞାନ କୁ ବ୍ୟବହାର କରି ଚାଷ କରିବାକୁ ଯୋଜନା ରଖିଛି ।
ତ୍ରିଲୋଚନ ରାଉତ , ବାଲେଶ୍ୱର

• ମତ୍ସ୍ୟ ସମ୍ପଦ ହେଉଛି ଏକ ଅର୍ଥକାରୀ ସମ୍ପଦ ଯାହା ଦ୍ୱାରା ଆମେ ବହୁତ ଲାଭବାନ ହୋଇପାରୁଛେ । ସରକାର ମାଛ ଚାଷ ପାଇଁ ବହୁ ଉନ୍ନତି ମୂଳକ ପଦକ୍ଷେପ ନେଉଛନ୍ତି । ଅନେକ ପ୍ରକାର ଯୋଜନା ମାଛ ଚାଷୀ ମାନଙ୍କ ପାଇଁ ବାହାରିଛି ଯାହା ସେମାନଙ୍କୁ ଏକ ନୂତନ ଖୋରାକ ଯୋଗାଇବ ।
ବିଜ୍ଞାନ ମିହିର ରାଉତ , ମତ୍ସ୍ୟ ବିଜ୍ଞାନ ସ୍ନାତକ

Leave A Reply

Your email address will not be published.

1 + 17 =