ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ କୃଷି ନୀତି ଜରିଆରେ ନୂଆ ନୂଆ ପଦକ୍ଷେପ ସବୁ ହାତକୁ ନିଆଯାଉଅଛି। ଏହି କ୍ରମରେ କୃଷି ଭଳି ଏକ ପାରମ୍ପରିକ କ୍ଷେତ୍ରକୁ ଶିଳ୍ପ ବା ଉଦ୍ୟୋଗରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପରିକଳ୍ପନା କରିଛି ରାଜ୍ୟ କୃଷି ଓ ସଶକ୍ତିକରଣ ବିଭାଗ। ରାଜ୍ୟରେ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାପାଇଁ ଆରମ୍ଭ ହୋଇଥିଲା ୨୦୧୮ ରେ ଏହି ବଳୀଷ୍ଠ କାର୍ଯ୍ୟକ୍ରମ। କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଇ ଆସୁଅଛନ୍ତି ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼୍।

ରାଜ୍ୟର କୃଷିଭାଇଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା, ସେମାନଙ୍କର ଆୟ ବୃଦ୍ଧି କରିବା ଏବା କୃଷି ଓ ଆନୁଷାଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା ହେଉଛି ଏହି ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ମାଧ୍ୟମରେ କୃଷି ଉଦ୍ୟୋଗୀମାନଙ୍କ ପାଇଁ ପୁଞ୍ଜି ନିବେଶର ୪୦% ରୁ ୫୦% ସର୍ବାଧିକ ୧.୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୀମା ସାପେକ୍ଷ ରହିଛି। ଏହି ଯୋଜନାରେ ଜୈବିକ ସାର, କୃଷି ଯାତ ଦ୍ରବ୍ୟର ପ୍ରକ୍ରିୟାକରଣ, କୃଷି ଯନ୍ତ୍ରପାତି ଓ କୀଟନାଶକ ପ୍ରସ୍ତୁତି, ଆଗ୍ରୋକ୍ଲିନିକ୍ ଓ କୃଷି ସେବା କେନ୍ଦ୍ର ସ୍ଥାପନ ଭଳି ୨୫ ପ୍ରକାର କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦିଆଯାଉଅଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×