ଇଫକୋ ଓ ଆଇ.ସି.ଏ.ଆର (ସିଫା ), ମଧ୍ୟରେ ମତ୍ସ୍ୟଖାଦ୍ୟର ଗୁଣବତ୍ତା ଓ ଉତ୍ପାଦନ ବୃଦ୍ଧିର ଗବେଷଣା ପାଇଁ ପାରସ୍ପରିକ ବୁଝାମଣା ଚୁକ୍ତି ପତ୍ର

ପୃଥିବୀର ବୃହତ୍ତମ ସାର ପ୍ରସ୍ତୁତକାରୀ ସଂସ୍ଥା ଇଫକୋ (IFFCO) , ମତ୍ସ୍ୟ ଚାଷରେ ଉତ୍ପାଦନ ବୃଦ୍ଧି ନିମନ୍ତେ ଏହାର ଖାଦ୍ୟର ଗୁଣବତ୍ତା ବଢାଇବା ପାଇଁ ଅଗ୍ରସର ହୋଇଛି। ଗତ ୦୨ ସେପ୍ଟେମ୍ବର ୨୦୨୧ ରେ ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ଼ (IFFCO) ଓ ଆଇ.ସି.ଏ.ଆର – ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେଶୱାଟର ଆକ୍ୱାକଲଚର୍ (ସିଫା), କୌଶଲ୍ୟାଗଙ୍ଗ ପରସ୍ପର ମଧ୍ୟରେ ମତ୍ସ୍ୟଖାଦ୍ୟର ସଫଳ ପରୀକ୍ଷଣ ଏବଂ ଗବେଷଣା କରିବା ପାଇଁ ଏକ ଚୁକ୍ତି ପତ୍ରରେ ସ୍ବାକ୍ଷର କରିଛନ୍ତି । ପ୍ରଥମ ପକ୍ଷ ଭାବରେ ଡଃ ସରୋଜ କୁମାର ସ୍ବାଇଁ, ଡ଼ାଇରେକ୍ଟର, ସିଫା ଏବଂ ଦ୍ବିତୀୟ ପକ୍ଷ ଭାବରେ ଶ୍ରୀ ସୌରଭ କୁମାର ଚାଟାର୍ଜୀ, ରାଜ୍ୟ ବିପଣନ ପ୍ରବନ୍ଧକ, ଇଫକୋ ଏହି ଚୁକ୍ତି ପତ୍ରରେ ସ୍ବାକ୍ଷର କରିଥିଲେ । ଅନ୍ୟ ପଦାଧିକାରୀ ମାନେ ଯଥା ଡଃ ଏସ.ଏସ.ଗିରି, ବିଭାଗୀୟ ମୁଖ୍ୟ, ଫିସ ନ୍ୟୁଟ୍ରିସନ ଏବଂ ଫିଜିଓଲୋଜି ବିଭାଗ, ସିଫା, ଶ୍ରୀ ନୀତିଶ କୁମାର ଚନ୍ଦନ, ବୈଜ୍ଞାନିକ,ଫିସ ନ୍ୟୁଟ୍ରିସନ ଏବଂ ଫିଜିଓଲୋଜି ବିଭାଗ, ସିଫା, ଶ୍ରୀ ସୁବାସ ଚନ୍ଦ୍ର ଜେନା ,ଡେପୁଟି ଫିଲ୍ଡ ମ୍ୟାନେଜର ,ଇଫକୋ ଏବଂ ମିସ ସନ୍ଧ୍ୟାରାଣୀ ବେହେରା, ଜେ.ଏଫ.ଆର, ଇଫକୋ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଏହି ବୁଝାମଣା ଚୁକ୍ତି ପତ୍ର ଅନୁଯାୟୀ ଇଫକୋ ତାର ସାମୁଦ୍ରିକ ଶୈବାଳରୁ ପ୍ରସ୍ତୁତ ସାଗରୀକା ଉତ୍ପାଦକୁ ସିଫାକୁ ଯୋଗାଇଦେବ ଏବଂ ସିଫା ଏହି ଉତ୍ପାଦର ବିଭିନ୍ନ ମାତ୍ରାକୁ ରୋହି ମାଛର ଖାଦ୍ୟ ଭାବରେ ବ୍ୟବହାର କରି ସଫଳ ପରୀକ୍ଷଣ ଏବଂ ଗବେଷଣା କରିବ । ଏହି ପରୀକ୍ଷଣ ଦ୍ବାରା ସାଗରୀକା ମତ୍ସ୍ୟଖାଦ୍ୟ କିପରି ରୋହି ମାଛର ଆକାର ଏବଂ ବୃଦ୍ଧିରେ ସହାୟକ ହେଉଛି, ତାହା ସିଫାର ବୈଜ୍ଞାନିକ ମାନେ ଅନୁଧ୍ୟାନ କରିବେ। ଏହି ଗବେଷଣା ମତ୍ସ୍ୟଚାଷରେ ଏକ ନୂତନ ବିପ୍ଳବ ସୃଷ୍ଟି କରିବା ସହ ଚାଷୀ ଭାଇମାନଙ୍କୁ ଅଧିକ ଲାଭ ଯୋଗାଇ ଦେବାରେ ସକ୍ଷମ ହେବ।
Spread the love

Leave a Comment

Your email address will not be published. Required fields are marked *

Scroll to Top
×